ବୁଲା କୁକୁର ମୁକ୍ତ ହେବ କି ଦିଲ୍ଲୀ NCR?  ଆଜି ହେବ ସୁପ୍ରିମକୋର୍ଟରେ ଶୁଣାଣି

ବୁଲା କୁକୁର ମୁକ୍ତ ହେବ କି ଦିଲ୍ଲୀ-ଏନସିଆରର ରାଜପଥ ?ସୁପ୍ରିମକୋର୍ଟ ତିନି ଜଣିଆ ଖଣ୍ଡପୀଠରେ ଆଜି ହେବ ଶୁଣାଣି ।  କୁକୁର ପ୍ରେମୀଙ୍କୁ ଆଶ୍ୱାସ୍ତି ନା କାଏମ ରହିବ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି । ବୁଲାକୁକୁରଙ୍କୁ ଧରି ବନ୍ଧ୍ୟାକରଣ ସହ ଆଶ୍ରୟସ୍ଥଳୀ ରଖିବାକୁ ଆଦେଶ ପାରିତ କରିଥିଲେ କୋର୍ଟ ।

d

କନକ ବ୍ୟୁରୋ: ଦିଲ୍ଲୀ-ଏନସିଆରର ବୁଲା କୁକୁର ସଂପର୍କିତ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ । ସୁପ୍ରିମକୋର୍ଟର ୩ ଜଣିଆ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ସୂଚନା ଅନୁସାରେ, ଯେଉଁ ବିଚାରପତି ଦିଲ୍ଲୀ-ଏନସିଆରର ସମସ୍ତ ବୁଲାକୁକୁରଙ୍କୁ ୮ ସପ୍ତାହ ଭିତରେ ଉଠାଇ ନେଇ ବନ୍ଧ୍ୟାକରଣ କରିବା ସହ ଆଶ୍ରୟସ୍ଥଳୀରେ ରଖିବାକୁ ଆଦେଶ ପାରିତ କରିଥିଲେ ସେହି ବିଚାରପତି ଆଜି ଶୁଣାଣି କରିବାକୁ ଥିବା ସ୍ୱତନ୍ତ୍ର ଖଣ୍ଡପୀଠର ଅଂଶ ହେବେ ନାହିଁ । ପୂର୍ବରୁ ଏହି ମାମଲାର ଶୁଣାଣି ଅନ୍ୟ ଖଣ୍ଡପୀଠ କରୁଥିବା ବେଳେ ଏଣିକି ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେତା, ଜଷ୍ଟିସ ଏନବି ଅଞ୍ଜରିଆଙ୍କ ଖଣ୍ଡପୀଠ ଶୁଣାଣି କରିବେ । 

ସୁପ୍ରିମକୋର୍ଟ ବୁଧବାର ବୁଲା କୁକୁର ସଂପର୍କିତ ମାମଲାକୁ ସ୍ୱତନ୍ତ୍ର ଖଣ୍ଡପୀଠକୁ ସ୍ଥାନାନ୍ତର କରିଥିଲେ । ନବ  ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଆଜି ୪ଟି ମାମଲାର ଶୁଣାଣି କରିବେ । ସେଗୁଡ଼ିକ ହେଉଛି ବୁଲା କୁକୁରଙ୍କୁ ଧରିବା, କୋର୍ଟ ନିଜେ କରିଥିବା ମାମଲା, ୨୦୦୪ ଆବେଦନ ହୋଇଥିବା ମାମଲା ଓ ବୁଧବାର ହୋଇଥିବା ଜନସ୍ୱାର୍ଥ ମାମଲା । ବୁଲା କୁକୁର ସଂପର୍କିତ ମାମଲାରେ ମିଡିଆ ରିପୋର୍ଟକୁ ନେଇ ସ୍ୱତଃସଜ୍ଞାନ ନେଇ ଜଷ୍ଟିସ ଜେବି ପାରଦିବାଲାଙ୍କ ଖଣ୍ଡ ପୀଠ କହିଥିଲେ ୮ ସପ୍ତାହ ଭିତରେ ଦିଲ୍ଲୀ ଏନସିଆରରୁ ସମସ୍ତ ବୁଲା କୁକୁରଙ୍କୁ ଉଠାଇ ନେଇ ବନ୍ଧ୍ୟାକରଣ କରିବା ସହ ଆଶ୍ରୟସ୍ଥଳୀରେ ରଖାଯାଉ । 
କିଛି ଲୋକ ଦିଲ୍ଲୀ-ଏନସିଆର ରାସ୍ତାକୁ କୁକୁର ମୁକ୍ତ କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଅନ୍ୟପଟେ କିଛି ଲୋକ ଏହାକୁ ନିନ୍ଦା କରିବା ସହ ଏହା ମଣିଷ-କୁକୁର ସଂଘର୍ଷକୁ ବଢ଼ାଇପାରେ ବୋଲି ଚେତେଇ ଦେଇଛନ୍ତି । ବିବାଦ ବଢ଼ିବା ପରେ ସୁପ୍ରିମକୋର୍ଟ ମାମଲା ସ୍ୱତନ୍ତ୍ର ଖଣ୍ଡପୀଠକୁ ହସ୍ତାନ୍ତର କରିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe