ଧାନ କିଣାକୁ ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଦୂର ହେବ କି ଅଚଳାବସ୍ଥା,   ମିଲର୍ସଙ୍କ କିଛି ଦାବି ମାନିଛନ୍ତି ସରକାର

Advertisment

ମିଲର୍ସଙ୍କ କିଛି ଦାବି ମାନିଛନ୍ତି ସରକାର । ୯ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିବା କହିଲେ ଯୋଗଣ ମନ୍ତ୍ରୀ କୃଷ୍ଣ ପାତ୍ର ।

ମିଲର୍ସଙ୍କ କିଛି ଦାବି ମାନିଛନ୍ତି ସରକାର । ୯ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିବା କହିଲେ ଯୋଗଣ ମନ୍ତ୍ରୀ କୃଷ୍ଣ ପାତ୍ର ।

Krushna Chandra Patra

Krushna Chandra Patra Photograph: (Google)

 କନକ ବ୍ୟୁରୋ:  ସ୍ୱାଭାବିକ ହେଲା ଧାନ ଉଠା ପ୍ରକ୍ରିୟା । ଯୋଗାଣ ମନ୍ତ୍ରୀଙ୍କ ସୂଚନା । ୧୯ ଟି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । ମିଲର୍ସ ମାନଙ୍କ କିଛି ଦାବିଙ୍କୁ ମାନିଛନ୍ତି ସରକାର, ଏନେଇ ସରକାରଙ୍କର ପକ୍ଷରୁ ନିର୍ଦେଶ ନାମା ଜାରି ହୋଇଛି। ଗତକାଲି ମିଲର୍ସ ସଙ୍ଘ ସହିତ ଆଲୋଚନା ହୋଇଥିଲା । ଆଲୋଚନା ପରେ ସରକାର ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ଅଧିକ ପଢନ୍ତୁ:  ଅନ୍ନଦାତାଙ୍କ ପିଛା ଛାଡୁନି ସମସ୍ୟା; ୨ ଦିନ ହେଲା ମଣ୍ଡିରୁ ଉଠୁନି ଧାନ

ଏହା ପରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇଛି । ୧୯ ଜିଲ୍ଲାରେ ଏଯାବତ୍ ୧ଏ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ୍ ଟନ୍ ଧାନ କିଣା ସରିଛି। ୩ ଲକ୍ଷ ୧୫ ହଜାର ୪୩୧ ଜଣ ଚାଷୀ ନିଜ ଧାନ ବିକ୍ରି କରିଛନ୍ତି । ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ୍ ଟନ୍ ଧାନ ମିଲର ଉଠାଇଛନ୍ତି । ଧାନ କିଣା ପ୍ରକ୍ରିୟା ସ୍ବାଭାବିକ ଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe