ବନ୍ଦ ହେବ କି ରୁଷ - ୟୁକ୍ରେନ ଯୁଦ୍ଧ : କଡ଼ା ସୁରକ୍ଷା ଭିତରେ ରୁଷରୁ ଆଲାସ୍କାରେ ପହଞ୍ଚିବେ ପୁଟିନ

Advertisment

ତେବେ ଏଠି ପ୍ରଶ୍ନ ଉଠୁଥିବ କାହିଁକି ଆଲାସ୍କାଙ୍କୁ  ବୈଠକ ପାଇଁ ବାଛିଲେ ଆମେରିକା ରାଷ୍ଟ୍ରପତି  ।  ଚାହିଁଥିଲେ ଅନ୍ୟକୌଣସି ବଡ ସହରରେ ବି ଚର୍ଚ୍ଚା କରିପାରିଥାନ୍ତେ ଯେଉଁଠି ସମସ୍ତଙ୍କ ନଜର ପ୍ରାୟତ ରହିଥାଏ 

ତେବେ ଏଠି ପ୍ରଶ୍ନ ଉଠୁଥିବ କାହିଁକି ଆଲାସ୍କାଙ୍କୁ  ବୈଠକ ପାଇଁ ବାଛିଲେ ଆମେରିକା ରାଷ୍ଟ୍ରପତି  ।  ଚାହିଁଥିଲେ ଅନ୍ୟକୌଣସି ବଡ ସହରରେ ବି ଚର୍ଚ୍ଚା କରିପାରିଥାନ୍ତେ ଯେଉଁଠି ସମସ୍ତଙ୍କ ନଜର ପ୍ରାୟତ ରହିଥାଏ 

76

କନକବ୍ୟୁରୋ : ବନ୍ଦ ହେବ କି ୩ବର୍ଷ ଧରି ଚାଲିଥିବା ଯୁଦ୍ଧ? ରୁଷ-ୟୁକ୍ରେନ ଲଢେଇରେ ଲାଗିବ କି ରୋକ୍? ଯୁଦ୍ଧ ବନ୍ଦ ନେଇ ବାହରିବ କି କିଛି ନିଷ୍କର୍ଷ? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଆଲସ୍କା ଠାରେ ପରସ୍ପରକୁ ସାକ୍ଷାତ କରିବାକୁ ଯାଉଛନ୍ତି। ଉଭୟଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ଓ ଏଥିରୁ ଆସିବାକୁ ଥିବା ନିଷ୍କର୍ଷ ଉପରେ ସାରା ବିଶ୍ବର ନଜର ରହିଛି।

ତେବେ ଏଠି ପ୍ରଶ୍ନ ଉଠୁଥିବ କାହିଁକି ଆଲାସ୍କାଙ୍କୁ  ବୈଠକ ପାଇଁ ବାଛିଲେ ଆମେରିକା ରାଷ୍ଟ୍ରପତି  ।  ଚାହିଁଥିଲେ ଅନ୍ୟକୌଣସି ବଡ ସହରରେ ବି ଚର୍ଚ୍ଚା କରିପାରିଥାନ୍ତେ ଯେଉଁଠି ସମସ୍ତଙ୍କ ନଜର ପ୍ରାୟତ ରହିଥାଏ  ।   ତେବେ ଆଲାସ୍କାରେ ବୈଠକ ଆୟୋଜନ ପଛର ଅନେକ କାରଣ ରହିଥିବା କୁହାଯାଉଛି  ।   ବୈଠକ ପାଇଁ କାହିଁକି ବଛାଗଲା ‘ଆଲାସ୍କା’   

-ଆଲାସ୍କା ଏକ ମିଲିଟାରି ବେସ୍‌
-କଡ଼ା ସୁରକ୍ଷାର ସାମରିକ ଘାଟି
-ଆଲାସ୍କାର ସାମରିକ ଘାଟି ‘ଇଣ୍ଟ ବେସ୍ ଏଲମେଣ୍ଡର୍ଫ-ରିଚାର୍ଡସନ୍’ 
-ଯାହା ଶୀତଳ ଯୁଦ୍ଧ ସମୟରେ ସୋଭିଏତ୍ ୟୁନିଅନ୍ ତଥା ବର୍ତ୍ତମାନର ରୁଷ ଉପରେ ନଜର ରଖିଥିଲା
-କିନ୍ତୁ ବର୍ତ୍ତମାନ ଏହା ଏକ ଆମେରିକୀୟ ସାମରିକ ଘାଟି
-ଏଠାରେ ଏକ ବୈଠକ କରି ପୁଟିନଙ୍କୁ ଟ୍ରମ୍ପ ଆମେରିକୀୟ ସାମରିକ ଶକ୍ତିର ବାର୍ତ୍ତା ଦେବାକୁ ଚାହୁଛନ୍ତି
-ପ୍ରଦର୍ଶନ, ଆକ୍ରମଣର ସମ୍ଭାବନା ଖୁବ୍‌ କମ୍
-ଗଣମାଧ୍ୟମ ପହଞ୍ଚିବା ସମ୍ଭାବନା ମଧ୍ୟ କମ୍‌
-ଆମେରିକାରେ ପୁଟିନଙ୍କୁ ପ୍ରବଳ ବିରୋଧ କରାଯାଏ
-ପୁଟିନଙ୍କ ବିରୁଦ୍ଧରେ ଏକ ଅନ୍ତର୍ଜାତୀୟ ଗିରଫ ପରୱାନା ରହିଛି 
-ଏହାକୁ ଧ୍ୟାନରେ ରଖି, ଟ୍ରମ୍ପଙ୍କୁ ଭେଟିବା ପାଇଁ ସ୍ଥାନକୁ ବହୁତ ଭାବି ଚିନ୍ତି ବାଛିଛି
-ଆଲାସ୍କା ରୁଷର ବହୁତ ନିକଟରେ
-ଏହା ମାତ୍ର ୫୫ କିଲୋମିଟର ଦୂରରେ, ତେଣୁ ଯାତ୍ରା ପାଇଁ କମ୍‌ ସମୟ ଲାଗିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe