Russ Ukrane WAR Photograph: (Kanak news)
କନକ ବ୍ୟୁରୋ : ଶାନ୍ତି ଚୁକ୍ତି ପାଇଁ ୟୁକ୍ରେନ ପ୍ରସ୍ତୁତ । ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଶାନ୍ତି ପ୍ରୟାସ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଘୋଷଣା କରିଛନ୍ତି, ୟୁକ୍ରେନ ଶାନ୍ତି ଚୁକ୍ତି ଦିଗରେ ଆଗକୁ ବଢ଼ିବାକୁ ପ୍ରସ୍ତୁତ । ଜେଲେନସ୍କି କହିଛନ୍ତି, ସେ ସମ୍ବେଦନଶୀଳ ପ୍ରସଙ୍ଗରେ ଟ୍ରମ୍ପଙ୍କ ସହ କଥାବାର୍ତ୍ତା କରିବେ, କିନ୍ତୁ ଏଥିରେ ୟୁରୋପୀୟ ସହଯୋଗୀମାନେ ମଧ୍ୟ ଅନ୍ତର୍ଭୁକ୍ତ ହେବା ଉଚିତ୍ । ଅନ୍ୟପଟେ ଟ୍ରମ୍ପ ଦାବି କରିଛନ୍ତି ୟୁକ୍ରେନ ମାମଲାର ସମାଧାନ ପାଇଁ ଉଭୟ ଦେଶ ବହୁତ ନିକଟତର ହୋଇଛନ୍ତି ।
ଗତ ଚାରି ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧର ସମାଧାନ ପାଇଁ ଆମେରିକା ଏବଂ ରୁଷ ମଧ୍ୟରେ ଆବୁଧାବିରେ ଉଚ୍ଚ ସ୍ତରୀୟ ଆଲୋଚନା ହୋଇଛି । ଆମେରିକା ୟୁକ୍ରେନକୁ ଏକ ୨୮-ସୂତ୍ରୀୟ ଶାନ୍ତି ଯୋଜନାର ଡ୍ରାଫ୍ଟ ଦେଇଛି । ଏହି ଯୋଜନାର ମୁଖ୍ୟ ସର୍ତ୍ତଗୁଡ଼ିକ ମଧ୍ୟରେ ୟୁକ୍ରେନ ଦ୍ୱାରା ରୁଷ ଅଧିକୃତ ଡୋନେସ୍କ ଏବଂ ଲୁହାନ୍ସ୍ ଉପରୁ ଦାବି ଛାଡ଼ିବା ଏବଂ ନାଟୋରେ ସାମିଲ ନହେବା ଭଳି କଠୋର ନିଷ୍ପତ୍ତି ରହିଛି । ଯୋଜନାକୁ ଗ୍ରହଣ କରିବା ପାଇଁ ଟ୍ରମ୍ପ ୟୁକ୍ରେନକୁ ନଭେମ୍ବର ୨୭ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ତେବେ, ଏହି ଶାନ୍ତି ପ୍ରୟାସ ସତ୍ତ୍ୱେ ରୁଷ ବିଗତ ରାତିରେ କିଭ୍ ସମେତ ଅନେକ ସ୍ଥାନରେ ମିସାଇଲ ଆକ୍ରମଣ କରିଛି ।
ଅଧିକ ପଢନ୍ତୁ... ଆଜି ସମ୍ବିଧାନ ଦିବସ: 'ଭାରତର ଗଣତନ୍ତ୍ର ବିଶ୍ୱ ପାଇଁ ଉଦାହରଣ' କହିଲେ ରାଷ୍ଟ୍ରପତି
ଯୁଦ୍ଧରେ ଲାଗିବ ବିରାମ!
ଆମେରିକା ଏବଂ ରୁଷ ମଧ୍ୟରେ ଶାନ୍ତି ପ୍ରୟାସ ହୋଇଛି
ଆବୁଧାବିରେ ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
ଟ୍ରମ୍ପ କହିଛନ୍ତି, ଉଭୟ ପକ୍ଷ ସମାଧାନର ବହୁତ ନିକଟତର ହୋଇଛନ୍ତି
ଆମେରିକା ୟୁକ୍ରେନକୁ ୨୮-ସୂତ୍ରୀୟ ଶାନ୍ତି ଯୋଜନାର ଡ୍ରାଫ୍ଟ ପ୍ରଦାନ କରିଛି
ଯୋଜନାରେ ଡୋନେସ୍କ ଓ ଲୁହାନ୍ସ୍ ଉପରୁ ଦାବି ଛାଡ଼ିବାକୁ ସର୍ତ୍ତ ରହିଛି
ଜେଲେନସ୍କି କହିଛନ୍ତି, ୟୁରୋପୀୟ ସହଯୋଗୀମାନଙ୍କୁ ଆଲୋଚନାରେ ସାମିଲ କରିବେ
ଶାନ୍ତି ଆଲୋଚନା ସତ୍ତ୍ୱେ ରୁଷର ମିସାଇଲ ଆକ୍ରମଣରେ ୭ ଜଣ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ
Follow Us