କନକ ବ୍ୟୁରୋ: ଏନ୍‌ଏସି ପରେ ଏବେ ବଢିବ ଜିଲ୍ଲା । ଓଡ଼ିଶାରେ ବଢିବ ଜିଲ୍ଲା ସଂଖ୍ୟା । ବିଭାଜିତ ହେବ ପଞ୍ଚାୟତ ଏବଂ ସବ୍‌ଡିଭିଜନ । ଏନେଇ ବଡ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଏବେ ଏନଏସି କରାଯାଇଛି । ଆଗକୁ ପଞ୍ଚାୟତ, ଜିଲ୍ଲା ଓ ସବଡିଭିଜନ ବିଭାଜନ ହେବ । ମୟୁରଭଞ୍ଜ ଓ ସୁନ୍ଦରଗଡ ଭଳି ବଡ ଜିଲ୍ଲା ଅଛି। କେଉଁଟା ଆଗ କରିବୁ କେଉଁଟା ପଛେ କରିବୁ ସେନେଇ ବିଜେଡ଼ିର ପରାମର୍ଶ ଲୋଡା ନାହିଁ । ଏଭଳି କହି ନୂଆ ଜିଲ୍ଲା ଗଠନ ଦାବିକୁ ବଳ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଏହା ସହ ମନ୍ତ୍ରୀ କହିଛନ୍ତି, ୨୦୨୫ ମସିହା ଶେଷକୁ ଜନ ଗଣନା ଆରମ୍ବ ହେବ । ରାଜସ୍ବ ଗାଁ ଶୀଘ୍ର ଘୋଷଣା ହେବ ।