ଖୋଲିବ କି ନବ ଦାସ ହତ୍ୟା ମାମଲାର ରହସ୍ୟ ? ଲୋକସେବା ଭବନରେ ପହଂଚିଲେ ନବ ଦାସଙ୍କ ପରିବାର, ମୁଖ୍ୟମନ୍ତ୍ରୀଙ୍କ ସହ ହେବ ଆଲୋଚନା

ପ୍ରଥମଥର ପାଇଁ ଝିଅ ଦୀପାଳି, ପୁଅ ବିଶାଳଙ୍କ ସହ ସାଙ୍ଗରେ ଆସିଛନ୍ତି ନବ ଦାସଙ୍କ ପତ୍ନୀ ମିନତି । ଲୋକସେବା ଭବନରେ ପହଂଚିବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ସହ ଉକ୍ତ ମାମଲାକୁ ନେଇ ଆଲୋଚନା ହେବ ।

òòòZþþòZþ

òZòþòþZþ

କନକ ବ୍ୟୁରୋ : ଝାରସୁଗୁଡାର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଏବେ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଛି । ପୂର୍ବ ସରକାର ଠାରୁ ନ୍ୟାୟ ପାଇନଥିବା ଅଭିଯୋଗ ଆଣି ଆଜି ନବ ଦାସଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନରେ ପହଂଚିଛନ୍ତି । ପ୍ରଥମଥର ପାଇଁ ଝିଅ ଦୀପାଳି, ପୁଅ ବିଶାଳଙ୍କ ସହ ସାଙ୍ଗରେ ଆସିଛନ୍ତି ନବ ଦାସଙ୍କ ପତ୍ନୀ ମିନତି । ଲୋକସେବା ଭବନରେ ପହଂଚିବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ସହ ଉକ୍ତ ମାମଲାକୁ ନେଇ ଆଲୋଚନା ହେବ । ନବଦାସଙ୍କ ପରିବାର ସହ ଅଛନ୍ତି ରାଉରକେଲା ବିଧାୟକ ସାରଦା ନାୟକ । ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ'ଣ କହିବେ ମିନତି ତା ଉପରେ ଏବେ ସମସ୍ତଙ୍କ ନଜର ।  ସିବିଆଇ ତଦନ୍ତ ପାଇଁ ମିନତି ପୁଣି ଦାବି କରିବେ କି ?   କାରଣ କିଛି ମାସ ହେବ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରୁଛନ୍ତି ନବ ଦାସଙ୍କ ପରିବାର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe