କନକ ବ୍ୟୁରୋ : ଦୁଇ ଦିନିଆ ବ୍ରିଟେନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀ ଲଣ୍ଡନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ବିମାନ ବନ୍ଦରରେ ତାଙ୍କୁ ଭାରତୀୟ ସମୁଦାୟ ଜୋରଦାର ସ୍ବାଗତ କରିଥିଲେ । ଅପେକ୍ଷାରେ ଥିବା ପ୍ରବାସୀ ଭାରତୀୟମାନେ ମୋଦୀଙ୍କ ଝଲକ ପାଇବା ପରେ ସେମାନଙ୍କ ମୁହଁରେ ହସ ଖେଳିଯାଇଥିଲା । ଆଉ ମୋଦୀଙ୍କ ସହ ହାତ ମିଳାଇ ସେମାନେ ଖୁସି ବ୍ୟକ୍ତ କରିଥିଲେ । ପାରମ୍ପରିକ ପୋଷାକ ପିନ୍ଧି କୁନିକୁନି ପିଲାମାନେ ମୋଦୀଙ୍କ ସହ ହାତ ମିଳାଇଥିଲେ । ଲଣ୍ଡନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ପ୍ରବାସୀ ଭାରତୀୟଙ୍କ ସ୍ବାଗତକୁ ପ୍ରଶଂସା କରିଛନ୍ତି । ଭାରତର ବିକାଶରେ ସେମାନଙ୍କର ଯୋଗଦାନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ ଲେଖିଛନ୍ତି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୁଇ ଦିନିଆ ବ୍ରିଟେନ ଗସ୍ତ କାଳରେ ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ସମ୍ଭାବନା ରହିଛି । ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଂଲଣ୍ଡ ଗସ୍ତ ଦ୍ବାରା ବିଜୟ ମାଲ୍ୟା, ଲଳିତ ଓ ନିରବ ମୋଦୀଙ୍କ ଭଳି ପଳାତକମାନଙ୍କୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇପାରେ । ପୂର୍ବରୁ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିସ୍ରି ଲଣ୍ଡନରେ ବ୍ରିଟିଶ ବୈଦେଶିକ ସଚିବ ଡେଭିଡ ଲାମିଙ୍କ ସହ ଆଲୋଚନା କରି ପଳାତକମାନଙ୍କୁ ଆଶ୍ରୟ ନ ଦେବାକୁ ଜୋର ଦେଇଥିଲେ ।
ଫେରିବେ କି ପଳାତକ?
ବିଜୟ ମାଲ୍ୟା, ଲଳିତ ଓ ନିରବ ମୋଦୀ ଲଣ୍ଡନରେ ରହୁଛନ୍ତି
ଭାରତରେ ଅର୍ଥନୈତିକ ଅପରାଧୀ ଭାବେ ତାଲିକାଭୁକ୍ତ
କୋଟିକୋଟି ଟଙ୍କା ଠକେଇ ଅଭିଯୋଗରେ ଚାଲିଛି ମାମଲା
ପଳାତକଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ପକାଇପାରେ ଚାପ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/24/palataka-2025-07-24-15-03-59.jpg)