ଖୋଲିବ କି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇଲ୍‌? ସିବିଆଇ ତଦନ୍ତ ନେଇ କଣ ରହିବ ସରକାରଙ୍କ ପଦକ୍ଷେପ? ତା ଉପରେ ନଜର

Advertisment

ଖୋଲିବ କି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇଲ୍? ଏହି ହାଇପ୍ରୋଫାଇଲ୍ ହତ୍ୟା ମାମଲାର ହେବ କି ସିବିଆଇ ତଦନ୍ତ? ୨୦୨୩ ଜାଜୁଆରୀ ୨୯ ତାରିଖରେ ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ରହସ୍ୟ ଏଯାଏଁ ଉନ୍ମୋଚିତ ହୋଇପାରିନି।

ଖୋଲିବ କି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇଲ୍? ଏହି ହାଇପ୍ରୋଫାଇଲ୍ ହତ୍ୟା ମାମଲାର ହେବ କି ସିବିଆଇ ତଦନ୍ତ? ୨୦୨୩ ଜାଜୁଆରୀ ୨୯ ତାରିଖରେ ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ରହସ୍ୟ ଏଯାଏଁ ଉନ୍ମୋଚିତ ହୋଇପାରିନି।

wddwdw

କନକ ବ୍ୟୁରୋ : ଖୋଲିବ କି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇଲ୍? ଏହି ହାଇପ୍ରୋଫାଇଲ୍ ହତ୍ୟା ମାମଲାର ହେବ କି ସିବିଆଇ ତଦନ୍ତ? ୨୦୨୩ ଜାଜୁଆରୀ ୨୯ ତାରିଖରେ ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ରହସ୍ୟ ଏଯାଏଁ ଉନ୍ମୋଚିତ ହୋଇପାରିନି। ଏହି ଘଟଣାରେ ଅଭିଯୁକ୍ତ ଗୋପାଳ ଦାସ ଧରାପଡିଛି ସତ। କିନ୍ତୁ କାହିଁକି ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ, ତାର କାରଣ ଏପର୍ୟ୍ୟନ୍ତ ଜଣାପଡିନାହିଁ। କ୍ରାଇମବ୍ରାଞ୍ଚ ସବୁ ଦିଗକୁ ଯାଇ ତଦନ୍ତ କରିଥିଲେ ବି ସତ ସାମ୍ନାକୁ ଆସିନି। କିଛି ଦିନ ତଳେ ନବଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ କହିଥିଲେ, ସରକାର ନିଜ ଆଡୁ ସିବିଆଇ ତଦନ୍ତକୁ ଆଗକୁ ବଢାଇବେ କି? ଜବାବ ରଖି ଆଇନ ମନ୍ତ୍ରୀ କହିଥିଲେ, ଦୀପାଳି ବିଧାନସଭାରେ ଏହି ତଥ୍ୟ ରଖନ୍ତୁ। ଗତକାଲି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ ମଧ୍ୟ ସତ ସାମ୍ନାକୁ ଆସିବା ଦରକାର ବୋଲି ମତ ରଖିଥିଲେ। ଏହାରି ଭିତରେ ସରକାର ସିବିଆଇ ତଦନ୍ତ ଦିଗରେ କଣ ପଦକ୍ଷେପ ନେଉଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe