କନକ ବ୍ୟୁରୋ: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଲାଗି ରହିଛି ଦ୍ବନ୍ଦ୍ବ । ଆଜି ଦୁବାଇରେ ସବୁ କ୍ରିକେଟ ବୋର୍ଡକୁ ବୈଠକ ପାଇଁ ଡାକିଛି ଆଇସିସି । ବୈଠକ ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଆସିବ । 'ହାଇବ୍ରିଡ୍ ମଡେଲ୍'କୁ ନେଇ ବିବାଦ ଲାଗି ରହିଥିବାରୁ ଏବେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି । 'ହାଇବ୍ରିଡ୍ ମଡେଲ୍'କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଗ୍ରହଣ କରିବ ନାହିଁ ବୋଲି ଜଣାଇଛି । ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆଇସିସିକୁ ଏହା ସ୍ପଷ୍ଟ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ। ପାକିସ୍ତାନରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଭାରତ ନିଜ ଦଳ ପଠାଇବାକୁ ମନା କରିଦେଇଛି। ଏହାପରେ ଚାମ୍ପିୟନ୍ସ ଟ୍ରଫି ସହ ଜଡିତ କାର୍ଯ୍ୟସୂଚୀ ସମସ୍ୟାର ସମାଧାନ ପାଇଁ ଆଇସିସି ଏହାର କାର୍ଯ୍ୟନିର୍ବାହୀ ସଦସ୍ୟମାନଙ୍କର ଏକ ଭର୍ଚୁଆଲ୍ ବୈଠକ ଡାକିଥିଲା। ବୈଠକରେ ପିସିବି ଆଇସିସିକୁ ଜଣାଇଥିଲା ଯେ ଟୁର୍ଣ୍ଣାମେଣ୍ଟର 'ହାଇବ୍ରିଡ୍ ମଡେଲ୍' ଗ୍ରହଣୀୟ ନୁହେଁ। ଟୁର୍ଣ୍ଣାମେଣ୍ଟ ପାଇଁ ଅନ୍ୟ କୌଣସି ବିକଳ୍ପ ଖୋଜାଯାଉ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସିକୁ ଜଣାଇଦେଇଛି। ଆଇସିସି ନିୟମ ଅନୁଯାୟୀ ଯଦି କୌଣସି ଦଳ କହୁଛି ଯେ ତାଙ୍କ ସରକାର କୌଣସି ଆଧାରରେ ଅନ୍ୟ ଦେଶରେ ଖେଳିବାକୁ ଅନୁମତି ଦେଉନାହାନ୍ତି, ତେବେ ବୋର୍ଡ ନିଜ ସରକାରଙ୍କ ଠାରୁ ଲିଖିତ ନିର୍ଦ୍ଦେଶ ନାମା ଦାଖଲ କରିବା ଆବଶ୍ୟକ, ଯାହା ଆମେ ଏପର୍ଯ୍ୟନ୍ତ ଦେଖିନାହୁଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ କହିଛି।
ପାକିସ୍ତାନରେ ହେବ କି ନାହିଁ ଚାମ୍ପିଅନ୍ସ ଟ୍ରଫି ? ଆଜି ବସିବ ଆଇସିସିର ଜରୁରୀ ବୈଠକ ।
ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଲାଗି ରହିଛି ଦ୍ବନ୍ଦ୍ବ । ଆଜି ଦୁବାଇରେ ସବୁ କ୍ରିକେଟ ବୋର୍ଡକୁ ବୈଠକ ପାଇଁ ଡାକିଛି ଆଇସିସି । ବୈଠକ ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଆସିବ