କନକ ବ୍ୟୁରୋ : କଥାରେ ଅଛି ପାଠ ପଢିବାର କିଛି ନିର୍ଦ୍ଧିଷ୍ଠ ବୟସ ସୀମା ନ ଥାଏ । ମନରେ ଆଗ୍ରହ ବା ଇଚ୍ଛା ଥିଲେ ବୟସ ଯେତେ ହେଉନା କାହିଁ ଆମେ ପାଠ ପଢି ଆଗକୁ ଯାଇ ପାରିବା । ଯଦି ଆପଣ ପାଠପଢ଼ାରେ ଆଗ୍ରହୀ ନୁହଁନ୍ତି କିମ୍ବା ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଖୋଜୁଛନ୍ତି,ତେବେ ତେଲେଙ୍ଗାନା ନିଜାମାବାଦର ଜଣେ ବରିଷ୍ଠ ଡାକ୍ତରଙ୍କ ସଫଳତାର କାହାଣୀ ଆପଣଙ୍କୁ ପ୍ରେରଣା ଯୋଗାଇବ । ଯିଏକି ୬୨ ବର୍ଷ ବୟସରେ ମଧ୍ୟ ନିଟ୍ ପିଜି ପରୀକ୍ଷାରେ ପାସ୍ କରିଛନ୍ତି ।
ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିଳି ରାମଚନ୍ଦର...। ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ ପିଜି ୨୦୨୪ ପାସ୍ କରିବା ପରେ ସେ ଏକ ସରକାରୀ ମେଡିକାଲ କଲେଜରେ ଆଡମିଶନ୍ ନେଇଛନ୍ତି । ଡକ୍ଟର ନିଳି ରାମଚନ୍ଦର ଦୀର୍ଘ ଦିନ ଧରି ଶିଶୁ ବିଶେଷଜ୍ଞ ଭାବରେ ପିଲାମାନଙ୍କର ଚିକିତ୍ସା କରିଆସୁଛନ୍ତି । ୩୦ ବର୍ଷରୁ ଉର୍ଦ୍ଧ ହେବ ତାଙ୍କର ଡାକ୍ତରୀ କ୍ୟାରିୟରରେ ସେ ଅନେକ ସଫଳତା ପାଇଛନ୍ତି । ଡାକ୍ତରୀ ଯାତ୍ରା ଆଗକୁ ବଢାଇ ପାଇଁ ନୂଆ ଯୋଗ୍ୟତା ହାସଲ କରିବା ପାଇଁ ସେ ନିଟ୍ ପିଜି ପରୀକ୍ଷା ଦେଇଥିଲେ ।
୨୦୨୪ ମସିହାରେ ସେ ନିଟ୍ ପିଜି ପରୀକ୍ଷାରେ ପାସ୍ କରିଛନ୍ତି । ରେଜଲ୍ଟ ପ୍ରକାଶ ପାଇବା ପରେ ତାଙ୍କ ରାଙ୍କ୍ ଆଧାରରେ MD (ଫାର୍ମାକୋଲୋଜି) ରେ ତାଙ୍କୁ ସିଟ୍ ମିଳିଛି । ଏହି ବୟସରେ ମଧ୍ୟ ତାଙ୍କର ପାଠପଢ଼ା ପ୍ରତି ଆଗ୍ରହ ଦେଖିବା ଯୋଗ୍ୟ । ଡକ୍ଟର ନିଳି ରାମଚନ୍ଦରଙ୍କ ଘଋଋଞ ସଫଳତାର କାହାଣୀ ସମସ୍ତଙ୍କ ପାଇଁ ଏକ ପ୍ରେରଣା ।