new year puri Photograph: (kanak news)
କନକ ବ୍ୟୁରୋ: ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ଖୋଲାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ। ଜାନୁଆରି ୧ ଆମ ପାଇଁ ପରମ୍ପରାଗତ ନବବର୍ଷ ନୁହେଁ, ତେଣୁ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରି ଶ୍ରୀମନ୍ଦିର ରାତି ଅଧରେ ନ ଖୋଲିବା ପାଇଁ ଚିଠି ଲେଖାଯାଇଛି। ଗଜପତି ମହାରାଜା, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଓ ଆଇନ ମନ୍ତ୍ରୀଙ୍କୁ ପତ୍ର ଜରିଆରେ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା ସମିତିର ସଦସ୍ୟ ପଣ୍ଡିତ ମହେଶ ସାହୁ।
ସେ ଚିଠି ଲେଖି ଜଣାଇଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସନାତନୀ ହିନ୍ଦୁମାନଙ୍କର ଆସ୍ଥା ତଥା ଆରାଧ୍ୟ ଦେବତା । ମହାପ୍ରଭୁଙ୍କର ସକଳ ପରମ୍ପରା ସନାତନ ଧର୍ମଶାସ୍ତ୍ର ଅନୁଯାୟୀ ହୋଇଆସୁଛି । ହେଲେ ଗତ କିଛି ବର୍ଷ ହେବ ଜାନୁଆରି ୧ ପାଇଁ ମଧ୍ୟରାତ୍ରିରେ ମଧ୍ୟ ମନ୍ଦିର ଖୋଲା ରହୁଛି । ଯାହାକି ଏବେ ନିୟମିତ ହୋଇଗଲାଣି । ତେବେ ଏହା ଧାର୍ମିକ ଏବଂ ପରମ୍ପରା ଦୃଷ୍ଟିକୋଣରୁ ଆଦୌ ଠିକ୍ ନୁହେଁ ବୋଲି କହିବା ସହିତ ଏହାକୁ ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି ।
ଆହୁରି ପଢ଼ନ୍ତୁ : ସମୁଦ୍ର ମଝିରେ ବିପଦରେ ପଡ଼ିଲେ ପର୍ଯ୍ୟଟକ: ପୁଲିସର ତତ୍ପରତାରୁ ରକ୍ଷା ପାଇଲେ ୨୩ ଜଣ
ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ନୂଆବର୍ଷ ବେଳେ ଭକ୍ତଙ୍କ ଭିଡ଼ ଜମୁଥିବାରୁ ରାତିରେ ମନ୍ଦିର ଖୋଲାରହିଥାଏ। ତେବେ ଏହାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ। ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ନ ଖୋଲାଯାଉ ବୋଲି ଚିଠି ଲେଖାଯାଇଛି।
Follow Us