କନକ ବ୍ୟୁରୋ: ରାଘବ ଚଢ଼ା ଓ ପରିଣୀତି ଚୋପ୍ରାଙ୍କ ବୃତ୍ତି ଅଲଗା ଅଲଗା । ଜଣେ ରାଜନୀତିରେ ତ ଆଉ ଜଣେ ଅଭିନୟରେ । କିନ୍ତୁ ଦୁହଁଙ୍କ ବିବାହ ପରେ ଅନେକ ସମୟରେ ପରିଣୀତିଙ୍କୁ ପ୍ରଶଂସକ ପ୍ରଶ୍ନ ପଚାରୁଛନ୍ତି ରାଘବ କ’ଣ କେବେ ଅଭିନୟ କରିବେ ? ଏକଥା ଶୁଣି ହସି ଦିଅନ୍ତି ପରିଣୀତି । ଗଣମାଧ୍ୟମରେ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପରିଣୀତି କହିଛନ୍ତି …
ହସି ହସି ପରିଣୀତି କହିଥିଲେ , ’ରାଘବ ସତରେ ଦେଖିବାକୁ ବହୁତ ସୁନ୍ଦର । ଅନେକ ସମୟରେ ଲୋକେ ମୋତେ କୁହନ୍ତି ରାଘବଙ୍କୁ ଫିଲ୍ମରେ ଆକ୍ଟିଂ କରିବାର ଥିଲା । ମୁଁ ଏ କଥା ଶୁଣି ହସିଦିଏ । କାରଣ ଲୋକଙ୍କ ମୁହଁରୁ ରାଘବଙ୍କ ବିଷୟରେ ଏଭଳି କଥା ଶୁଣିବାକୁ ମୋତେ ଖୁସି ଲଗେ । କିନ୍ତୁ ତାଙ୍କ କାମ ଯାହା ସେ ତାହା ହିଁ କରୁଛନ୍ତି । ସେ ରାଜନୀତିକୁ ଫଲୋ କରୁଛନ୍ତି । ଆଗକୁ ବି ସେୟା କରିବେ । ସେ ନିଜ କାମକୁ ନେଇ ବହୁତ ଗମ୍ଭୀର । ଜନତାଙ୍କ ସେବାକୁ ନିଜ ଦାୟିତ୍ବ ବୋଲି ମନେ କରନ୍ତି ।
ରାଘବ ଚଢ଼ା ଆମ୍ ଆଦମୀ ପାର୍ଟି ଜରିଆରେ ରାଜନୀତିରେ ଏଣ୍ଟ୍ରି କଲେ । ୨୦୧୫ରେ ପାର୍ଟିର କୋଷାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ । ୨୦୧୯ରେ ସାଧାରଣ ନିର୍ବାଚନରେ ଦକ୍ଷିଣ ଦିଲ୍ଲୀରୁ ପ୍ରାର୍ଥୀ ହେଲେ । କିନ୍ତୁ ଏଥିରେ ପରାଜୟର ସାମ୍ନା କରିବାକୁ ପଡ଼ିଲା । ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ନଗରୀ ନିର୍ବାଚନ କ୍ଷେତ୍ରରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ୨୦୨୦ରେ ମାର୍ଚ୍ଚ ୨ ତାରିଖରେ ତାଙ୍କୁ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା । ୨୦୨୨ରେ ଆପ୍ ଦ୍ବାରା ରାଜ୍ୟସଭାକୁ ଗଲେ ।