କନକବ୍ୟୁରୋ: ପୁଣି ଓଡ଼ିଶା ଫେରିବ କି ପୋସ୍କୋ? ୧୯ ବର୍ଷ ପରେ ଓଡ଼ିଶା ଫେରିପାରେ ଦକ୍ଷିଣ କୋରିଆ ଭିତ୍ତିକ ଇସ୍ପାତ କମ୍ପାନୀ ପୋସ୍କୋ । କମ୍ପାନୀ ପକ୍ଷରୁ ସଜ୍ଜନ ଜିନ୍ଦଲଙ୍କ ସଂସ୍ଥା ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ସହିତ ବୁଝାମଣାପତ୍ର ସ୍ବାକ୍ଷର ପରେ ପୋସ୍କୋକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଏକ ଇସ୍ପାତ କାରଖାନା ସ୍ଥାପନ ପାଇଁ ଏହି ବୁଝାମଣା କରାଯାଇଛି ।
ହେଲେ କେଉଁ ସ୍ଥାନରେ ଇସ୍ପାତ କାରଖାନା କରାଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ବୁଝାମଣା ଜେଏସ୍ଡବ୍ଲ୍ୟୁର ଓଡ଼ିଶା ପ୍ରକଳ୍ପ ସମ୍ପର୍କିତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ପ୍ରାଥମିକ ଭାବେ ଏହି ପ୍ଲାଣ୍ଟର ବାର୍ଷିକ କ୍ଷମତା ୫ ନିୟୁତ ଟନ୍ ରହିବ । ଏମ୍ଓୟୁ ମୁତାବକ ଉଭୟ କମ୍ପାନୀ ଷ୍ଟିଲ୍, ବ୍ୟାଟେରୀ ଉପକରଣ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ ।