ମଧ୍ୟପ୍ରାଚ୍ୟରେ ଫେରିବ କି ଶାନ୍ତି ? ପୁଣି ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କ ପ୍ରୟାସ,ଏକ୍ସରେ ପୋଷ୍ଟ କରି ସ୍ୱାଗତ କଲେ ମୋଦୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଦେଇଥିବା ୨୦ ସୂତ୍ରୀ ଯୋଜନାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ମୁସଲିମ ଦେଶଙ୍କ ସମର୍ଥନ ମିଳିଛି ।

gaja

gaja Photograph: (KanakNews)

କନକ ବ୍ୟୁରୋ : ଗାଜାରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହୋଇ ଶାନ୍ତି ପ୍ରତିଷ୍ଠା ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଦେଇଥିବା ୨୦ ସୂତ୍ରୀ ଯୋଜନାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ମୁସଲିମ ଦେଶଙ୍କ ସମର୍ଥନ ମିଳିଛି । ଇଜିପ୍ଟ ଏବଂ କତାର ହମାସକୁ ଏହି ପ୍ରସ୍ତାବ ଦେଇଛନ୍ତି । ହମାସ କହିଛି, କୌଣସି ପ୍ରତିକ୍ରିୟା ଦେବା ପୂର୍ବରୁ ଏହା ଗମ୍ଭୀରତାର ସହ ବିଚାର କରିବ । 

ଗାଜା ଯୁଦ୍ଧ ହେବ ଶେଷ !
୨୦ ସୂତ୍ରୀ ପ୍ରସ୍ତାବ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ
ଟ୍ରମ୍ପଙ୍କ ପ୍ରସ୍ତାବରେ ନେତାନ୍ୟାହୁ ସହମତ
ସ୍ୱାଗତ କଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 
ଗାଜାରେ ଶୀଘ୍ର ଯୁଦ୍ଧ ବନ୍ଦ ନେଇ ମୋଦୀ ଆଶାବାଦୀ
ଇଜିପ୍ଟ ଏବଂ କତାର ହମାସକୁ ଏହି ପ୍ରସ୍ତାବ ଦେଇଛନ୍ତି
ଏବେ ହମାସର ନିଷ୍ପତ୍ତିକୁ ଅପେକ୍ଷା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe