କନକ ବ୍ୟୁରୋ : ଯାତ୍ରାରେ ଚାଲିଥିବା ଅଶ୍ଳୀଳ ନୃତ୍ୟକୁ ନେଇ ଚାରିଆଡୁ ସମାଲୋଚିତ ହେବା ପରେ ଆକ୍ସନମୋଡରେ ସରକାର । ଏନେଇ ବିଭାଗ ପକ୍ଷରୁ ଯାତ୍ରା ଉପରେ ନୂଆ ଆଇନ ଆଣିବାକୁ ଘୋଷଣା କରିଥିବା ବେଳେ ଯାତ୍ରା ମାଲିକମାନେ ସମୟ ମାଗିଛନ୍ତି । ବିଶେଷ କରି ମାଘମାସରେ ଖଣ୍ଡଗିରିରେ ହେଉଥିବା ଯାତ୍ରାକୁ ନେଇ ସରକାର ଚିନ୍ତାପ୍ରକଟ କରିଛନ୍ତି । ଏହି ମହୋତ୍ସବରେ ହେବାକୁ ଥିବା ଯାତ୍ରା ପାଇଁ କମିଶନରେଟ ପୋଲିସ ତରଫରୁ ବଛା ବଛା ଅଶ୍ଳୀଳ ନୃତ୍ୟଶୀଳ୍ପିଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି । ଏହାକୁ ନେଇ ଏବେ ଯାତ୍ରାପାର୍ଟି ମାଲିକମାନେ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖି ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେବାକୁ ଅନୁରୋଧ କରିଛନ୍ତି ।
ଖଣ୍ଡଗିରି ଯାତ୍ରାରେ ବନ୍ଦ ହେବ କି ଅଶ୍ଳୀଳତା । ତୁରନ୍ତ କଠୋର ଆଇନ ଲାଗୁ ନକରିବାକୁ ମନ୍ତ୍ରୀଙ୍କୁ ଯାତ୍ରା ମାଲିକଙ୍କ ଅନୁରୋଧ, ହେଲେ ଖୁବଶୀଘ୍ର ଗାଇଡଲାଇନ୍ ଆଣିବାକୁ ଯାଉଛନ୍ତି ସରକାର
ବିଶେଷ କରି ମାଘମାସରେ ଖଣ୍ଡଗିରିରେ ହେଉଥିବା ଯାତ୍ରାକୁ ନେଇ ସରକାର ଚିନ୍ତାପ୍ରକଟ କରିଛନ୍ତି । ଏହି ମହୋତ୍ସବରେ ହେବାକୁ ଥିବା ଯାତ୍ରା ପାଇଁ କମିଶନରେଟ ପୋଲିସ ତରଫରୁ ବଛା ବଛା ଅଶ୍ଳୀଳ ନୃତ୍ୟଶୀଳ୍ପିଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି ।
/kanak/media/media_files/2025/01/19/fL9FDsuqOUpdmDdpSwG7.jpg)