କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜନତା ଦଳ ଭିତରେ ନେତୃତ୍ୱକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦଳର ଅନେକ ନେତା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ସକ୍ରିୟ ରାଜନୀତିରୁ ଆଣିବାକୁ ଦାବି କରିଛନ୍ତି । ଜେଡିୟୁ ବିଧାୟକ ବିନୟ ଚୌଧୁରୀ କହିଛନ୍ତି ଯେ ଦଳ ଭିତରେ ଅନେକ ନେତାଙ୍କ ଇଚ୍ଛା ଯେ ନିଶାନ୍ତ ବିଧାନସଭା ନିର୍ବାଚନ ଲଢ଼ନ୍ତୁ । ଆଉ ଜେଡିୟୁ ବିଧାୟକ ଦଳରେ ଆମେ ଏହି ପ୍ରସ୍ତାବ ରଖିବୁ ବୋଲି କହିଥିଲେ ବିନୟ ଚୌଧୁରୀ । 

Advertisment

ହେଲେ ନୀତୀଶ କୁମାର ଏହାକୁ ନେଇ ଏବେ ସହମତି ପ୍ରକାଶ କରିନାହାନ୍ତି । ହେଲେ କିଛି ବିଧାୟକ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଏହି ଦାବି ରଖିବାକୁ ହେବ । ବିଧାୟକଙ୍କ କହିବାନୁସାରେ ନିଶାନ୍ତଙ୍କ ପାଖରେ ଭଲ ରାଜନୈତିକ ଅଭିଜ୍ଞତା ରହିଛି । ଆଉ ସେ ଯୁବ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଚ କରିପାରିବେ । 

ଜେଡିୟୁର ଆଉ ଜଣେ ବରିଷ୍ଠ ନେତା ଓ ମନ୍ତ୍ରୀ ଜମା ଖାନ ନିଶାନ୍ତଙ୍କୁ ରାଜନୀତିକୁ ଆସିବାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଆମେ ଚାହୁଛୁ ନିଶାନ୍ତଙ୍କୁ ବିଧାନସଭା ନିର୍ବାଚନ ଲଢନ୍ତୁ । ତାଙ୍କର ନିର୍ବାଚନ ନୈଦାନରେ ପ୍ରବେଶ ଯୁବପିଢ଼ିଙ୍କୁ ଉତ୍ସାହିତ କରିବ ଆଉ ଦଳକୁ ଲାଭ ଦେବ । 

ସେହିପରି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି, ଗଣତନ୍ତ୍ରରେ ଯେକୌଣସି ବ୍ୟକ୍ତି ନିର୍ବାଚନ ଲଢ଼ିପାରିବେ । ଆମେ ଏହା ଉପରେ ଅଧିକ ପ୍ରତିକ୍ରିୟା ରଖିବୁ ନାହିଁ । ଯଦି କେହି ରାଜନୀତିକୁ ଆସିବାକୁ ଚାହାନ୍ତି ତେବେ ତାଙ୍କୁ ସ୍ୱାଗତ ।