କନକ ବ୍ୟୁରୋ : ମହାନଦୀକୁ ମିଳିବ କି ନ୍ୟାୟ । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଏଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାନଦୀ ଜଳ ବିବାଦ ସମସ୍ୟା ଏବଂ ଏହାର ନିରପେକ୍ଷ ଓ ନ୍ୟାୟ ସଙ୍ଗତ ସମାଧାନ ଉପରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ ସମୟ ଧରି ମହାନଦୀ ଉପରେ ଆଲୋଚନା ହୋଇଛି । ଏହା ସହ ଭିଜନ ଓଡ଼ିଶା ୨୦୩୬ର ଡକ୍ୟୁମେଟ ପ୍ରଦାନ କରିଛନ୍ତି । ଗତ ୨୫ ଜୁଲାଇରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କୁ ଚିଠି ଲେଖି ମହାନଦୀ ବିବାଦ ସମ୍ପର୍କରେ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏହାର ଉତ୍ତର ଦେଇ ଗତ ଅଗଷ୍ଟ ୧ ତାରିଖରେ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ସେପଟେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ନୂଆଦିଲ୍ଲୀରେ ମାନ୍ୟବର କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ @AmitShah ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲି। ଏହି ଅବସରରେ ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ କେନ୍ଦ୍ର-ରାଜ୍ୟ ସମନ୍ୱୟ ସମ୍ପର୍କିତ ବିଷୟଗୁଡ଼ିକ ଉପରେ ଆଲୋଚନା ହୋଇଥିଲା।
— Mohan Charan Majhi (@MohanMOdisha) August 6, 2025
Had a courtesy call with Hon’ble Union Home Minister Shri Amit Shah Ji today… pic.twitter.com/8qcuWTlPHP
ଏକ୍ସରେ ଫଟୋ ପୋଷ୍ଟ୍ କରି ମୋହନ କହିଛନ୍ତି, ରାଜ୍ୟରେ ବିକାଶମୂଳକ କାର୍ଯ୍ୟକ୍ରମ ବାବଦରେ ଶାହାଙ୍କ ସହ ଆଲୋଚନା ହୋଇଛି । କେନ୍ଦ୍ର ଓ ରାଜ୍ୟ ସମନ୍ବୟ ସମ୍ପର୍କୀତ ବିଷୟ ଗୁଡିକ ଉପରେ ଆଲୋଚନା ହୋଇଥିବା ଉଲ୍ଲେଖ କରିଛନ୍ତି । ଓଡ଼ିଶାରେ ନକ୍ସଲ ଦମନ ସଂକ୍ରାନ୍ତରେ ଆଲୋଚନା ମଧ୍ୟ କରିଛନ୍ତି । ଓଡ଼ିଶା ପ୍ରସଙ୍ଗରେ ଦିଲ୍ଲୀରେ ତୁହାକୁ ତୁହା ବୈଠକ ବସିଛି । କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏଫସିଆଇ ଦ୍ବାରା ମାସିକ ଚାଉଳ ଉଠାଣ ବୃଦ୍ଧି ପାଇଁ ଅନୁରୋଧ କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟି ପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦ୍ର ଭାରୀଶିଳ୍ପ ଓ ଇସ୍ପାତ ମନ୍ତ୍ରୀ ଏଚ.ଡି. କୁମାରସ୍ବାମୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ଓଡ଼ିଶା ଶିଳ୍ପକ୍ଷେତ୍ରର ବିକାଶ, ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ ଓ ଶିଳ୍ପ ଅଭିବୃଦ୍ଧି ଉପରେ ଆଲୋଚନା ହୋଇଛି ।