କନକ ବ୍ୟୁରୋ: ଏଆଇ ବା କୃତ୍ରିମ ବୁଦ୍ଧିମତା ଆମ ଦୈନନ୍ଦିନ ଜୀବନଶୈଳୀ ସହ ଜଡ଼ିତ । ନୂଆ ସ୍ଥାନରେ କଣ ରହିଛି ବା ସେଠି କଣ ମିଳିବ ହେଉ କି ଫିଜିକ୍ସର କୌଣସି ନିୟମ ସବୁ ଏଆଇରେ ଉପଲବ୍ଧ । ବାସ୍ ଏଆଇ ଟୁଲରେ ଟେକ୍ସଟ କରିଦେଲେ ଗୋଟେ ମିନିଟ୍‌ ମଧ୍ୟରେ ସବୁ ଆସିଯିବ । ହେଲେ ଆପଣ ଜାଣିଛନ୍ତି, ଏଆଇ ମାନବ ଚାକିରି କ୍ଷେତ୍ରରେ ମଧ୍ୟ ବଡ଼ ପ୍ରଭାବ ପକାଇବା ଆରମ୍ଭ କଲାଣି, ଜଣେ ବୈଜ୍ଞାନିକ ଦାବି ମଧ୍ୟ କରିଛନ୍ତି ୨୦୪୭ ବେଳକୁ ଏଆଇ ଅଧିକ ସକ୍ରିୟ ଥିବ ଆଉ ମଣିଷଙ୍କୁ ଚାକିରି ମିଳିବା କଷ୍ଟକର ହୋଇଯିବ । 

Advertisment

କୃତ୍ରିମ ବୁଦ୍ଧିମତା ବା ଏଆଇ ମାନବୀୟ ଚାକିରି ପାଇଁ ଏକ ବଡ଼ ଆଶଙ୍କା ସୃଷ୍ଟି କରୁଛି । ଗବେଷକ ଆଡାମ ଡୋରଙ୍କ ମତରେ, ଆଗାମୀ କିଛି ବର୍ଷ ମଧ୍ୟରେ ଏଆଇ ଏତେ ଉନ୍ନତ ହେବ ଯେ ୨୦୪୫ ସୁଦ୍ଧା ଅଧିକାଂଶ ମାନବୀୟ ଚାକିରି ବିଲୁପ୍ତ ହୋଇଯିବ । କେବଳ ରାଜନେତା ଏବଂ ଅନ୍ୟ ଦୁଇଟି ପେସା ଏହାର ପ୍ରଭାବରୁ ସୁରକ୍ଷିତ ରହିବେ ବୋଲି ଡୋର ଦାବି କରିଛନ୍ତି । ଡୋରଙ୍କ ଅନୁଯାୟୀ, ଏଆଇର ଦ୍ରୁତ ବିକାଶ ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟସେବା, ଉତ୍ପାଦନ ଓ ପରିବହନ ଭଳି କ୍ଷେତ୍ରରେ ମାନବୀୟ ଶ୍ରମର ଆବଶ୍ୟକତା କମିଯିବ। ଅଟୋମେସନ ଏବଂ ମେସିନ ଲର୍ଣ୍ଣିଂ ଏକାଧିକ କାର୍ୟ୍ୟକୁ ଅଧିକ ଦକ୍ଷତାର ସହ ସମ୍ପାଦନ କରିପାରିବ, ଯାହା ଦ୍ୱାରା ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇବାର ଆଶଙ୍କା ରହିଛି ।

୨୦୪୫ ସୁଦ୍ଧା ବିଶ୍ବରେ ଦେଖାଯିବ ଚାକିରି ସଂକଟ, କର୍ମଚାରୀଙ୍କ ସ୍ଥାନ ନେବ ଏଆଇ କେବଳ ରାଜନେତାଙ୍କ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ଅନ୍ୟ ଦୁଇଟି ଜୀବିକା ସମ୍ପର୍କରେ ସ୍ପଷ୍ଟ ଉଲ୍ଲେଖ କରିନାହାନ୍ତି ବୈଜ୍ଞାନିକ ଡୋର । କିନ୍ତୁ ଏହା ସୃଜନଶୀଳତା ଓ ମାନବୀୟ ସମ୍ପର୍କ ଉପରେ ନିର୍ଭରଶୀଳ ହୋଇପାରେ ବୋଲି ଅନୁମାନ । ଆଡାମ୍ ଡୋର୍ ସାକ୍ଷାତକାରରେ କହିଛନ୍ତି, ଏଆଇ ଅଧିକ ବୁଦ୍ଧିମାନ ହେଉଛି ଏବଂ କିଛି ଦିଗରେ ମଣିଷର ସ୍ଥାନ ନେବା ଆରମ୍ଭ କଲାଣି ।