କନକ ବ୍ୟୁରୋ: କର୍ଣ୍ଣାଟକ କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସମ୍ପ୍ରତି ବିଧାନସଭାରେ ଏପରି କିଛି କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଡିକେ ଶିବକୁମାର ବିଧାନସଭାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବା ଆରଏସଏସ ଗୀତ ଗାଇଥିଲେ । ସେ ଆରଏସଏସ ଗୀତ ଗାଇବା ପରେ, ବିଜେପି, କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରିଛି । ଶିବକୁମାର ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ଏହି ମାମଲା ଜୋର ଧରିବା ପରେ ଡିକେ ଶିବକୁମାର ସଫେଇ ଦେଇଛନ୍ତି । ସେ କହିଛନ୍ତି, ସେ ଜନ୍ମରୁ ଜଣେ କଂଗ୍ରେସୀ ଏବଂ ଜୀବନସାରା କଂଗ୍ରେସୀ ରହିବେ । ଭାଜପା ସହିତ ହାତ ମିଳାଇବାର ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ । ଉପମୁଖ୍ୟମନ୍ତ୍ରୀଙ୍କ ଆରଏସଏସ ଗୀତ ଗାଇବାର ଭିଡିଓ ଭାଇରାଲ ହେଉଛି । ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳାଚକଟା ଆଲୋଚନା ହେଉଥିବା ସମୟରେ ଶିବକୁମାର ଏହି ଗୀତ ଗାଇଥିଲେ । ତାଙ୍କ ରାଜନୈତିକ ଯାତ୍ରା ବିଷୟରେ କହିବା ସମୟରେ, ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କୁ ବିରୋଧୀ ଦଳ ନେତା ଆର. ଅଶୋକ ଆରଏସଏସ ସହିତ ତାଙ୍କର ପ୍ରାରମ୍ଭିକ ସମ୍ପର୍କ ବିଷୟରେ ମନେ ପକାଇ ଦେଇଥିଲେ । ଜବାବରେ, ଉପମୁଖ୍ୟମନ୍ତ୍ରୀ ଆରଏସଏସ ଗୀତ ଗାଇବା ଆରମ୍ଭ କରିଥିଲେ, ଯାହା ବିଧାନସଭାରେ ଏକ ବିତର୍କ ସୃଷ୍ଟି କରିଥିଲା ।
ବିଜେପିରେ ସାମିଲ ହେବେ କି ଡି.କେ ଶିବକୁମାର? କର୍ଣ୍ଣାଟକ ବିଧାନସଭାରେ ଗାଇଲେ ଆରଏସଏସ ସଙ୍ଗୀତ
ଡିକେ ଶିବକୁମାର ବିଧାନସଭାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବା ଆରଏସଏସ ଗୀତ ଗାଇଥିଲେ । ସେ ଆରଏସଏସ ଗୀତ ଗାଇବା ପରେ, ବିଜେପି, କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରିଛି । ଶିବକୁମାର ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ।
/kanak/media/media_files/2025/08/22/56-2025-08-22-20-54-35.jpg)