କନକ ବ୍ୟୁରୋ : କ୍ରିକେଟ ଜଗତର ଥାଲ୍ଲା , କ୍ୟାପଟେନ୍ କୁଲ୍ , ମାହି ନାମରେ ପରିଚିତ ମହେନ୍ଦ୍ର ସିଂ ଧୋନି ତାଙ୍କ ପ୍ରଶଂସକଙ୍କୁ ସବୁବେଳେ କିଛି ନା କିଛି ସରପ୍ରାଇଜ୍ ଦେଇଥା’ନ୍ତି । କେତେବେଳେ ଚାଷକାମ କରି ତ ଆଉ କେତେବେଳେ ସେନାରେ ସାମିଲ ହୋଇ ସେ ପୂର୍ବରୁ ଫ୍ୟାନ୍ସଙ୍କୁ ଚମକାଇ ଦେଇଛନ୍ତି । ତେବେ ବର୍ତ୍ତମାନ ସେ ଏକ ସିନେମାର ଟିଜରରେ ନଜର ଆସି ପ୍ରଶଂସକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛନ୍ତି ଯେ କ’ଣ ଧୋନି ସିନେମାରେ ନଜର ଆସିବେ? ସମ୍ପୂର୍ଣ୍ଣ କଥା ହେଉଛି ସେପ୍ଟେମ୍ବର ୭ ତାରିଖରେ ଅଭିନେତା ଆର୍.ମାଧବନ୍ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର୍ କରିଥିଲେ ଯାହାକୁ ସେ ଭାସନ ବାଲାଙ୍କ ‘ଦି ଚେଜର୍’ ଫିଲ୍ମର ଟିଜର୍ ବୋଲି କହିଥିଲେ । କିନ୍ତୁ ଅଭିନେତାଙ୍କ ଏହି ପୋଷ୍ଟରେ ଏକ ସରପ୍ରାଇଜ୍ ସାମ୍ନାକୁ ଆସିଥିଲା ଯେଉଁଥିରେ ମହେନ୍ଦ୍ର ସିଂ ଧୋନି ମାଧବନଙ୍କ ସହ ନଜର ଆସିଥିଲେ । ଟାସ୍କ୍ ଫୋର୍ସ ଅଫିସର ଭୂମିକାରେ ଦୁହେଁ ଗୁଳି ଫୁଟାଉଥିବାର ଏହି ଭିଡିଓ ସିନେମାର , ୱେବ୍ ସିରିଜର ନା’ ବିଜ୍ଞାପନର ଜଣାପଡ଼ିନାହିଁ । 

Advertisment
MS-Dhoni
MS-Dhoni Photograph: (google)

ଏହି ଭିଡିଓରେ ଉଭୟ ଧୋନି ଏବଂ ମାଧବନ୍ ୟୁନିଫର୍ମ ପିନ୍ଧିଥିବାର ନଜର ଆସୁଛନ୍ତି । ଏମିତି ଲାଗୁଛି ଦୁହେଁ ଏକ ମିସନରେ ଅଛନ୍ତି । ଧୋନିଙ୍କୁ ଯେଉଁଠି ‘ଦ କୁଲ୍ ହେଡ୍’ ରୂପରେ ଦର୍ଶାଯାଇଛି ସେଠାରେ ମାଧବନଙ୍କୁ ‘ଦ ରୋମାଣ୍ଟିକ ବୟ’ ବୋଲି ଦେଖାଯାଉଛି । ଟିଜରରେ ଦୁହେଁ ଆକ୍ସନ୍-ଥ୍ରିଲରର ଯୁଗଳବନ୍ଦୀ ରୂପେ ନଜର ଆସୁଛନ୍ତି । କଳା ଚଷମା , ହାତରେ ବନ୍ଧୁକ ଆଉ ଖଳନାୟକଙ୍କ ଉପରେ ଆଖିବୁଜା ଗୁଳି ଚଳାଇ ଫ୍ୟାନ୍ସଙ୍କୁ ଅବାକ୍ କରିଛନ୍ତି ଧୋନି । 

the-chase-teaser
the-chase-teaser Photograph: (Google)

ତେବେ ଏହି ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର୍ ହେବା ପରେ ମାତ୍ର କିଛି ଘଣ୍ଟାରେ ଭାଇରାଲ୍ ହୋଇଗଲା ଏବଂ ୟୁଜର୍ସ ମଧ୍ୟ କମେଣ୍ଟ୍ ସେକ୍ସନରେ ପ୍ରବଳ କମେଣ୍ଟ୍ କରୁଛନ୍ତି । କିଏ କହୁଛନ୍ତି ‘କ୍ରିକେଟରେ କ୍ରେଜ୍ ଆଣି ଥାଲ୍ଲା କ’ଣ ଏବେ ସିନେମା ଲାଇନକୁ ଆସିବେ?’ ଆଉ କିଏ କହୁଛନ୍ତି , ‘ଧୋନି ଭାଇ ଏ ଲାଇନରେ କୁଆଡ଼େ?’ ତେବେ ଧୋନି ଏହା ପୂର୍ବରୁ ଅନେକ ବିଜ୍ଞାପନରେ ନଜର ଆସିଛନ୍ତି ଏବଂ ତାମିଲ ସିନେମା GOAT ରେ ସେ ସ୍ପେଶାଲ୍ ଆପିୟରେନ୍ସରେ ମଧ୍ୟ ନଜର ଆସିଥିଲେ । ସେହିପରି ଆର୍ ମାଧବନ୍ ମଧ୍ୟ ନେଟଫ୍ଲିକ୍ସର ସିନେମା ‘ଆପ୍ ଜୈସା କୋଇ’ ରେ ଫାତିମା ସନା ଶେଖଙ୍କ ସହିତ ନଜର ଆସିଥିଲେ ।