ବିହାରରେ ସଫା ହେଇଯିବ କି କଂଗ୍ରେସ? ବିହାରରେ ପୁଣି ଚର୍ଚ୍ଚାକୁ ଫେରିଲା ଦଳ ବଦଳ ରାଜନୀତି

Advertisment

ବିହାରରେ ସଫା ହେଇଯିବ କି କଂଗ୍ରେସ? କାହିଁକି ନା,  ବିହାର ରାଜନୀତିରେ ପୁଣିଥରେ ଦଳବଦଳ ରାଜନୀତି ଦେଖିବାକୁ ମିଳିପାରେ । କୁହାଯାଉଛି, କଂଗ୍ରେସର ସମସ୍ତ ୬ ଜଣ ଯାକ ବିଧାୟକ ନିଜ ଦଳ ବଦଳାଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁରେ ସାମିଲ ହୋଇପାରନ୍ତି । ଆଉ ଯଦି ଏହା ସତ ହୁଏ, ତେବେ ବିହାରରେ କଂଗ୍ରେସର ବିଧାୟକ ସଂଖ୍ୟା ଶୂନ୍ ହେଇଯିବ ।

ବିହାରରେ ସଫା ହେଇଯିବ କି କଂଗ୍ରେସ? କାହିଁକି ନା,  ବିହାର ରାଜନୀତିରେ ପୁଣିଥରେ ଦଳବଦଳ ରାଜନୀତି ଦେଖିବାକୁ ମିଳିପାରେ । କୁହାଯାଉଛି, କଂଗ୍ରେସର ସମସ୍ତ ୬ ଜଣ ଯାକ ବିଧାୟକ ନିଜ ଦଳ ବଦଳାଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁରେ ସାମିଲ ହୋଇପାରନ୍ତି । ଆଉ ଯଦି ଏହା ସତ ହୁଏ, ତେବେ ବିହାରରେ କଂଗ୍ରେସର ବିଧାୟକ ସଂଖ୍ୟା ଶୂନ୍ ହେଇଯିବ ।

congress bihar

congress bihar Photograph: (kanak news)

କନକ ବ୍ୟୁରୋ: ବିହାରରେ ସଫା ହେଇଯିବ କି କଂଗ୍ରେସ? କାହିଁକି ନା,  ବିହାର ରାଜନୀତିରେ ପୁଣିଥରେ ଦଳବଦଳ ରାଜନୀତି ଦେଖିବାକୁ ମିଳିପାରେ । କୁହାଯାଉଛି, କଂଗ୍ରେସର ସମସ୍ତ ୬ ଜଣ ଯାକ ବିଧାୟକ ନିଜ ଦଳ ବଦଳାଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁରେ ସାମିଲ ହୋଇପାରନ୍ତି । ଆଉ ଯଦି ଏହା ସତ ହୁଏ, ତେବେ ବିହାରରେ କଂଗ୍ରେସର ବିଧାୟକ ସଂଖ୍ୟା ଶୂନ୍ ହେଇଯିବ ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, କଂଗ୍ରେସର ସମସ୍ତ ଛଅ ଜଣ ଯାକ ବିଧାୟକ ମନୋହର ପ୍ରସାଦ ସିଂହ, ସୁରେନ୍ଦ୍ର ପ୍ରସାଦ, ଅଭିଷେକ ରଞ୍ଜନ, ଆବିଦୁର ରହମାନ, ମହମ୍ମଦ କାମରୁଲ ହୋଦା ଏବଂ ମନୋଜ ବିଶ୍ୱାନ ଜେଡିୟୁ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଆଉ ଏହି ନେତାମାନେ ଖୁବଶୀଘ୍ର ଜେଡିୟୁରେ ସାମିଲ ମଧ୍ୟ ହେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

କିଛି ଦିନ ତଳେ କଂଗ୍ରେସର ଏହି ସମସ୍ତ ଛଅ ଜଣ ବିଧାୟକ ପାଟନାର ସଦକତ ଆଶ୍ରମରେ ଆୟୋଜିତ ପାରମ୍ପରିକ ଦହି-ଚୂଡ଼ା ଭୋଜରୁ ଦୂରେଇ ରହିଥିଲେ। ସେମାନେ ଜାନୁଆରୀ ୮ ତାରିଖରେ ରାଜ୍ୟ ସଭାପତି ରାଜେଶ ରାମଙ୍କ ଦ୍ୱାରା ଡକାଯାଇଥିବା "ମନରେଗା ବଞ୍ଚାଅ" ଅଭିଯାନ ବୈଠକରେ ମଧ୍ୟ ଯୋଗ ଦେଇ ନଥିଲେ। ଅନ୍ୟପଟେ ଜେଡିୟୁର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କଂଗ୍ରେସ ବିଧାୟକମାନେ ସେମାନଙ୍କ ଦଳର କାମରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ସେମାନେ ସମ୍ଭବତଃ ଜେଡିୟୁରେ ସାମିଲ ହେଇପାରନ୍ତି ।

ଆହୁରି ପଢ଼ନ୍ତୁ : ୧୨ ବର୍ଷ ଧରି ଜିଅନ୍ତା ଶବ ପାଲଟିଛନ୍ତି ହରିଶ ରାଣା, ଇଚ୍ଛାମୃତ୍ୟୁ ନେଇ ଆଜି ସୁପ୍ରିମ ନିଷ୍ପତ୍ତି

ସୂଚନାଯୋଗ୍ୟ ଯେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ଫଳାଫଳରେ, ବିଜେପି ୮୯ଟି ଆସନ ସହିତ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଥିଲା, ଅନ୍ୟପଟେ ଜେଡିୟୁ ୮୫ଟି ଆସନ ପାଇଥିଲା। ତେବେ ଯଦି ୬ ଜଣ କଂଗ୍ରେସ ବିଧାୟକ ଜେଡିୟୁରେ ଯୋଗ ଦିଅନ୍ତି, ତେବେ ଜେଡିୟୁର ସଂଖ୍ୟା ୯୧କୁ ବୃଦ୍ଧି ପାଇବ, ଯାହା ଫଳରେ ଏହା ବିଜେପିକୁ ପଛରେ ପକାଇ ବିହାର ବିଧାନସଭାରେ ସବୁଠାରୁ ବଡ଼ ଦଳ ହେବ। ଅନ୍ୟପକ୍ଷରେ ବିଜେପି ମଧ୍ୟ ବିହାର ବିଧାନସଭାରେ ବଡ଼ ଦଳ ହେବାକୁ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା (ଆରଏଲଏମ)ର ଅସନ୍ତୁଷ୍ଟ ବିଧାୟକଙ୍କ ଉପରେ ନଜର ରଖିଛି।

କୁହାଯାଉଛି ଏନଡିଏର ସହଯୋଗୀ ଆରଏଲଏମର ଚାରି ବିଧାୟକଙ୍କ ମଧ୍ୟରୁ ତିନି ଜଣ ରାମେଶ୍ୱର ମହାତୋ, ମାଧବ ଆନନ୍ଦ ଏବଂ ଆଲୋକ କୁମାର ସିଂହ ବିଜେପି ସହିତ ଯୋଗାଯୋଗରେ ଥିବା ଜଣାପଡ଼ିଛି। କୁଶୱାହାଙ୍କ ପୁଅ ଦୀପକଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ନିଯୁକ୍ତି ଦେବାକୁ ନେଇ ଦଳର ବିଧାୟକମାନେ ଅସନ୍ତୁଷ୍ଟ ଅଛନ୍ତି। ନିକଟରେ, ଏହି ବିଧାୟକମାନେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଭାପତି ନୀତିନ ନବୀନଙ୍କୁ ଭେଟି ଦଳରେ ବିଭାଜନ ହେବାର କଳ୍ପନାଜଳ୍ପନାକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe