ହରିୟାଣାରେ ହାଟ୍ରିକ ମାରିବ କି ବିଜେପି? ପୁଣିଥରେ ଗଢାହେବ କି ବିଜେପି ସରକାର? ଟ୍ରେଣ୍ଡରେ ବହୁମତ ଆଗରେ ବିଜେପି....

Advertisment

ହରିୟାଣାରେ ହାଟ୍ରିକ ମାରିବ କି ବିଜେପି? ପୁଣି ରାଜ୍ୟରେ ଗଢାହେବ କି ବିଜେପି ସରକାର? ହରିୟାଣା ନିର୍ବାଚନ ଫଳାଫଳ ନେଇ ଆସୁଥିବା ଟ୍ରେଣ୍ଡରେ ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ରହିଥିବାରୁ, ଏଭଳି କିଛି ଚର୍ଚ୍ଚା ଆରମ୍ଭ ହେଇଛି ।

ହରିୟାଣାରେ ହାଟ୍ରିକ ମାରିବ କି ବିଜେପି? ପୁଣି ରାଜ୍ୟରେ ଗଢାହେବ କି ବିଜେପି ସରକାର? ହରିୟାଣା ନିର୍ବାଚନ ଫଳାଫଳ ନେଇ ଆସୁଥିବା ଟ୍ରେଣ୍ଡରେ ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ରହିଥିବାରୁ, ଏଭଳି କିଛି ଚର୍ଚ୍ଚା ଆରମ୍ଭ ହେଇଛି ।

haryana bjp

କନକ ବ୍ୟୁରୋ: ହରିୟାଣାରେ ହାଟ୍ରିକ ମାରିବ କି ବିଜେପି? ପୁଣି ରାଜ୍ୟରେ ଗଢାହେବ କି ବିଜେପି ସରକାର? ହରିୟାଣା ନିର୍ବାଚନ ଫଳାଫଳ ନେଇ ଆସୁଥିବା ଟ୍ରେଣ୍ଡରେ ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ରହିଥିବାରୁ, ଏଭଳି କିଛି ଚର୍ଚ୍ଚା ଆରମ୍ଭ ହେଇଛି । ଖାଲି ସେତିକି ନୁହେଁ, ପୂର୍ବର ସବୁ ରେକର୍ଡକୁ କାଟି, ବିଜେପି ଏଥର ହରିୟାଣାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରେ ବୋଲି ମଧ୍ୟ କଥା ଉଠିଲାଣି ।

ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ହରିୟାଣାର ୯୦ ଆସନରୁ ବିଜେପି ୪୯ ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ କେବଳ ୩୫ ଆସନରେ ଆଗୁଆ ଅଛି । ତେଣୁ ଏଠାରେ ଆସୁଥିବା ଟ୍ରେଣ୍ଡ ଯଦି ରେଜଲ୍ଟରେ ବଦଳେ, ତେବେ ପୁଣିଥରେ ବିଜେପି ସେଠାରେ ପୂର୍ଣ୍ଣ ବହୁମତର ସରକାର ଗଢିବ । ଆଉ ରାଜ୍ୟରେ ଲଗାତାର ୩ୟ ଥର ପାଇଁ ସରକାର ଗଢିବ ।

ତେବେ ହରିୟାଣାରେ ଏହା ବିଜେପିର ସର୍ବଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ ହେଇପାରେ । କାହିଁକି ନା ୧୯୮୦ ମସିହାରେ ବିଜେପି ଗଢା ହେବାର ଦୁଇ ବର୍ଷ ପରେ ଦଳ ହରିୟାଣା ନିର୍ବାଚନ ଲଢିଥିଲା । ଆଉ ୧୯୮୨ ବିଧାନସଭା ନିର୍ବାଚନରେ ୬ଟି ସିଟ୍ ଜିତିଥିଲା । ଏହାପରେ ୧୯୮୭ରେ ୧୬ଟି, ୧୯୯୬ରେ ୧୧ଟି, ୨୦୦୦ ମସିହାରେ ଦଳ ୬ଟି ଆସନରେ ଜିତାପଟ ହାସଲ କରିଥିଲା । ତେବେ ୨୦୦୫ ଆଉ ୨୦୦୯ରେ ଦଳ ଖରାପ ପ୍ରଦର୍ଶନ କରିବା ସହ କେବଳ ୨ଟି ଏବଂ ୪ଟି ସିଟ୍ ଜିତିଥିଲା ।

ଏହାପରେ ୨୦୧୪ରେ ହରିୟାଣାରେ କମାଲ କରିଥିଲା ବିଜେପି । ବିଧାନସଭା ନିର୍ବାଚନରେ ଦଳ ୩୩.୩ ପ୍ରତିଶତ ଭୋଟ୍ ହାତେଇବା ସହ ୪୭ ଆସନରେ ବିଜୟ ହାସଲ କରିଥିଲା । ଆଉ ଏହି ସଫଳତାକୁ ୨୦୧୯ରେ ମଧ୍ୟ ଦୋହରାଇଥିଲା । ୨୦୧୯ରେ ଦଳ ୪୦ ସିଟ୍ ଜିତିବା ସହ ଜେଜେପି ସହ ମିଶି ସରକାର ଗଠନ କରିଥିଲା । ତେଣୁ ଏଥର ଯଦି ଦଳ ଟ୍ରେଣ୍ଡ ମୁତାବକ ୪୯ ସିଟରେ ଆଗୁଆ ରହି ବିଜୟ ହାସଲ କରେ, ତେବେ ଏହା ଦଳର ହେବ ସର୍ବଶ୍ରେଷ୍ଠ ପ୍ରଦର୍ଶନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe