କନକ ବ୍ୟୁରୋ : ଚାରି ମାସ ପୂର୍ବରୁ ଯେଉଁ ବିଜେଡିକୁ ଶୃଂଖଳିତ ଦଳ ବୋଲି କୁହାଯାଉଥିଲା, ଏବେ ସେହି ଦଳରେ ବିଶୃଙ୍ଖଳାଚରମ ସୀମାରେ ପହଁଚିଛି। ଶଂଖଭବନରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରୁ ସବୁଠି ଗୋଷ୍ଠୀ କନ୍ଦଳର ଚିତ୍ରଆସିବାରେ ଲାଗିଛି। ଭୁବନେଶ୍ୱରରେ ବିଜେଡି କଳି ହାଟରେ ପଡି ଦାଣ୍ଡରେ ଗଡୁଛି । ଯାହାକି ଦଳର ଭବିଷ୍ୟତଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଭୁବନେଶ୍ୱର ବିଜେଡି କଳି ଚରମ ସୀମାରେ ପହଁଚିଥିବାବେଳେ, ସାମନାକୁଆସିଛି ଭଦ୍ରକ ଓ ଗଞ୍ଜାମ ବିଜେଡି କନ୍ଦଳ । ଶଙ୍ଖ ଭବନରେ ଭଦ୍ରକ ଜିଲ୍ଲାର ସମୀକ୍ଷା ବୈଠକ ବେଳେ ମୁହାଁମୁହିଁ ହୋଇଛନ୍ତିବିଜେଡିର ଦୁଇ ଗୋଷ୍ଠୀ । ଗୋଟିଏ ଗୋଷ୍ଠୀ ପୂର୍ବତନବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ବିରୋଧ କରିଥିଲେଏବଂ ବୈଠକକୁ ବର୍ଜନ କରି ବାହାରକୁ ଚାଲି ଆସିଥିଲେ । ତେବେବାହାରକୁ ବାହାରିବା ପରେ କଥା ଗୋଳାଇଥିଲେ ମୁକ୍ତିକାନ୍ତ ।
ଭୁବନେଶ୍ୱର ବିଜେଡି କନ୍ଦଳଶୀର୍ଷରେ ପହଁଚିଛି । ଗୋଟିଏ ପଟେ ଅଶୋକ ଓ ଅନନ୍ତଙ୍କ ଗୋଷ୍ଠୀର ୩୦ଜଣ ବିଏମସି କର୍ପୋରେଟର ବସରେ ଏକାଠିପୁରୀ ଯାଇ ଲୋକନାଥଙ୍କୁ ଦର୍ଶନ କରିଛନ୍ତି ।ଅନ୍ୟପଟେ ଭୁବନେଶ୍ୱରଜିଲ୍ଲା ସଭାପତି ୨ କର୍ପୋରେଟର ଓ ୨ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ବିବାଦ ଆହୁରିତୀବ୍ର ହୋଇଛି ।
ଗଞ୍ଜାମ ଜିଲ୍ଲା ବିଜେଡିରେ ମଧ୍ୟ ଗୋଳିଆ ସ୍ଥିତିର ଚିତ୍ର ସାମ୍ନାକୁ ଆସିଛି । ପଦଯାତ୍ରାପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକରେ ଅନୁପସ୍ଥିତ ବହୁ ବିଜେଡି ନେତା । ଚିକିଟି ଓ ଦିଗପହଣ୍ଡିନେତାଙ୍କ ସମେତ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଏହିବୈଠକରେ ଦେଖିବାକୁ ମିଳିନାହିଁ । ଏମାନଙ୍କ ଅନୁପସ୍ଥିତିକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ତେବେଅଭିଯୋଗକୁ ଗ୍ରହଣ କରିବାକୁ ନାରାଜ ଦଳର ବରିଷ୍ଠ ନେତା ।
ବିଜେଡିରେ ବଢ଼ୁଥିବା କନ୍ଦଳ ଆଗାମି ଦିନରେ କେଉଁଠି ପହଁଚିବ ତାହା ଏବେ ଆଲୋଚନାରବିଷୟ ହୋଇଛି । ଦଳୀୟ କନ୍ଦଳନ ଥମିବ ନା ବଢ଼ିବ , ତା ଉପରେ ସମସ୍ତଙ୍କ ନଜର ରହିଛି ।