ସାଧାରଣ ବର୍ଗ ହେବେ କି ଉପେକ୍ଷିତ ? ଚାକିରି କଲେ ବି ପଦୋନ୍ନତି ମିଳିବା କଷ୍ଟକର !

Advertisment

ସରକାରୀ ଚାକିରିରେ ପଦୋନ୍ନତି ଦ୍ୱନ୍ଦ୍ୱ । ସାଧାରଣ ବର୍ଗର କର୍ମଚାରୀ ସରକାରୀ ଚାକିରି କଲେ ପ୍ରମୋସନ୍ ମିଳିବା କଷ୍ଟକର ।

ସରକାରୀ ଚାକିରିରେ ପଦୋନ୍ନତି ଦ୍ୱନ୍ଦ୍ୱ । ସାଧାରଣ ବର୍ଗର କର୍ମଚାରୀ ସରକାରୀ ଚାକିରି କଲେ ପ୍ରମୋସନ୍ ମିଳିବା କଷ୍ଟକର ।

general category

କନକ ବ୍ୟୁରୋ : ଅନୁସୂଚିତ ଜାତି ଜନଜାତି ବିଭାଗ ପକ୍ଷରୁ ଆସିଥିବା ଚିଠି ଏବେ ସାଧାରଣ ବର୍ଗର ସରକାରୀ କର୍ମଚାରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଇଛି । ପଦୋନ୍ନତି ପାଇଁ ଅଣସଂରକ୍ଷିତ ପଦବୀରେ ସଂରକ୍ଷଣ କର୍ମଚାରୀଙ୍କ ପଦୋନ୍ନତି ନେଇ ବିଭାଗ ପକ୍ଷରୁ ଚିଠି ଆସିବା ସାଧାରଣ ବର୍ଗର କର୍ମଚାରୀଙ୍କ ନିଦ ହଜିଛି । ଏହାଦ୍ୱାରା ଅଣସଂରକ୍ଷିତ ପଦବୀରେ ମଧ୍ୟ ତଫସିଲଭୁକ୍ତ ଜନଜାତି ଓ ଜାତିର କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇପାରିବ। ଯାହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ପଦୋନ୍ନତି ନେଇ ଦିଆdଯାଇଥିବା ରାୟର ସିଧାସଳଖ ଉଲ୍ଲଘଂନ ହେଉଥିବା ଅଭିଯୋଗ ହୋଇଛି । ପଦୋନ୍ନତି ଫାଙ୍କା ଥିବା ଦର୍ଶାଇ ସଂରକ୍ଷଣ ବ୍ୟବସ୍ଥାରେ ପଦୋନ୍ନତି ଦେବା ଉଚିତ ନୁହେଁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ।

ଅଣସଂରକ୍ଷିତ ଓ ସଂରକ୍ଷିତ ବର୍ଗରେ ସରକାରୀ ନିଯୁକ୍ତି ମିଳିଥାଏ । ସଂରକ୍ଷଣ ବର୍ଗରେ ନିଯୁକ୍ତି ପାଇଥିବା କର୍ମଚାରୀ ଅଣସଂରକ୍ଷଣ କାଟାଗୋରୀରେ ପଦୋନ୍ନତି ପାଇପାରିବେ ନାହିଁ । କିନ୍ତୁ ବିଭାଗର ଚିଠି ଆସିବା ପରେ ସାଧାରଣ ବର୍ଗର କର୍ମଚାରୀ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ବାବଦରେ ଫେରାଦ ହୋଇଛନ୍ତି । କାରଣ ଏହି ଅଣସଂରକ୍ଷିତ ପଦବୀରେ ସଂରକ୍ଷିତ କାଟାଗୋରୀରେ ନିଯୁକ୍ତି ପାଇଥିବା କର୍ମଚାରୀ ପଦୋନ୍ନତି ପାଇଲେ ପରବର୍ତ୍ତୀ ସମୟରେ ସାଧାରଣ ବର୍ଗର ପିଲାଙ୍କୁ କ୍ଷତି ସହିବାକୁ ପଡିବ ।

ସାଧାରଣ ବର୍ଗର କର୍ମଚାରୀଙ୍କ ବିରୋଧ ପରେ ସରକାରଙ୍କ ଚେତା ପଶିଛି । ଏବାବଦରେ ବିଧିବଦ୍ଧ ଆଲୋଚନା ପାଇଁ ସଚିବସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe