କନକ ବ୍ୟୁରୋ : ଅନୁସୂଚିତ ଜାତି ଜନଜାତି ବିଭାଗ ପକ୍ଷରୁ ଆସିଥିବା ଚିଠି ଏବେ ସାଧାରଣ ବର୍ଗର ସରକାରୀ କର୍ମଚାରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଇଛି । ପଦୋନ୍ନତି ପାଇଁ ଅଣସଂରକ୍ଷିତ ପଦବୀରେ ସଂରକ୍ଷଣ କର୍ମଚାରୀଙ୍କ ପଦୋନ୍ନତି ନେଇ ବିଭାଗ ପକ୍ଷରୁ ଚିଠି ଆସିବା ସାଧାରଣ ବର୍ଗର କର୍ମଚାରୀଙ୍କ ନିଦ ହଜିଛି । ଏହାଦ୍ୱାରା ଅଣସଂରକ୍ଷିତ ପଦବୀରେ ମଧ୍ୟ ତଫସିଲଭୁକ୍ତ ଜନଜାତି ଓ ଜାତିର କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇପାରିବ। ଯାହା ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ପଦୋନ୍ନତି ନେଇ ଦିଆdଯାଇଥିବା ରାୟର ସିଧାସଳଖ ଉଲ୍ଲଘଂନ ହେଉଥିବା ଅଭିଯୋଗ ହୋଇଛି । ପଦୋନ୍ନତି ଫାଙ୍କା ଥିବା ଦର୍ଶାଇ ସଂରକ୍ଷଣ ବ୍ୟବସ୍ଥାରେ ପଦୋନ୍ନତି ଦେବା ଉଚିତ ନୁହେଁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ।
ଅଣସଂରକ୍ଷିତ ଓ ସଂରକ୍ଷିତ ବର୍ଗରେ ସରକାରୀ ନିଯୁକ୍ତି ମିଳିଥାଏ । ସଂରକ୍ଷଣ ବର୍ଗରେ ନିଯୁକ୍ତି ପାଇଥିବା କର୍ମଚାରୀ ଅଣସଂରକ୍ଷଣ କାଟାଗୋରୀରେ ପଦୋନ୍ନତି ପାଇପାରିବେ ନାହିଁ । କିନ୍ତୁ ବିଭାଗର ଚିଠି ଆସିବା ପରେ ସାଧାରଣ ବର୍ଗର କର୍ମଚାରୀ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ବାବଦରେ ଫେରାଦ ହୋଇଛନ୍ତି । କାରଣ ଏହି ଅଣସଂରକ୍ଷିତ ପଦବୀରେ ସଂରକ୍ଷିତ କାଟାଗୋରୀରେ ନିଯୁକ୍ତି ପାଇଥିବା କର୍ମଚାରୀ ପଦୋନ୍ନତି ପାଇଲେ ପରବର୍ତ୍ତୀ ସମୟରେ ସାଧାରଣ ବର୍ଗର ପିଲାଙ୍କୁ କ୍ଷତି ସହିବାକୁ ପଡିବ ।
ସାଧାରଣ ବର୍ଗର କର୍ମଚାରୀଙ୍କ ବିରୋଧ ପରେ ସରକାରଙ୍କ ଚେତା ପଶିଛି । ଏବାବଦରେ ବିଧିବଦ୍ଧ ଆଲୋଚନା ପାଇଁ ସଚିବସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/kaJuQMDOy6MseriZOWPI.jpg)