ସବୁବେଳେ ବିରୋଧୀ ମେଣ୍ଟ ଠାରୁ ଦୂରେଇ ରହୁଥିବା ଓୱେସୀଙ୍କ ଏଆଇଏମଆଇଏମ ଏବେ ମହାମେଣ୍ଟରେ ସାମିଲ ହେବାକୁ ଚାହୁଛି । ଏଥିପାଇଁ ବିହାର ବିଧାନସଭା ନିର୍ବାଚନକୁ ଚୟନ କରିଛି ଏଆଇଏମଆଇଏମ । ଗତ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ୨୦ ଆସନରେ ଲଢ଼ିଥିଲେ ମଧ୍ୟ ମାତ୍ର ୫ଟି ଆସନରେ ଜିତିଥିଲା । ପରେ ଏଥିରୁ ୪ ଜଣ ଆରଜେଡିରେ ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ଏଆଇଏମଆଇଏମକୁ ବିଜେପିର ବି-ଟିମ୍ ବୋଲି ଆଖ୍ୟା ଦେଉଥିବା ଅନ୍ୟ ବିରୋଧୀ ଦଳ ଏତେ ଶୀଘ୍ର ଏହାକୁ ବିଶ୍ବାସକୁ ନେବାକୁ ଚାହୁନାହାଁନ୍ତି । କାରଣ ଏଆଇଏମଆଇଏମର ଭୋଟ ବିଭାଜନ ଯୋଗୁ ବିହାରରେ ବିରୋଧୀ ମେଣ୍ଟ କ୍ଷମତାକୁ ଆସିବାରୁ ବଞ୍ଚିତ ହୋଇଛି ।
ଏ ବର୍ଷ ଶେଷ ସୁଦ୍ଧା ବିହାର ବିଧାନସଭା ପାଇଁ ନିର୍ବାଚନ ହେବ । ଶାସନ କ୍ଷମତାରେ ଥିବା ଏନଡିଏ ମେଣ୍ଟକୁ ହରାଇବା ପାଇଁ ମହାମେଣ୍ଟ ଅନ୍ତର୍ଗତ ଆରଜେଡି, କଂଗ୍ରେସ ଓ କମ୍ୟୁନିଷ୍ଟ ଦଳ ମାନେ ନିଜ ନିଜ ଭିତରେ ଆସନ ବୁଝାମଣା ଆଲୋଚନା ଆରମ୍ଭ କରିନାହାନ୍ତି । ସମସ୍ତ ଦଳ ଗତ ନିର୍ବାଚନରେ ଅଧିକ ଆସନ ଚାହୁଛନ୍ତି । ଏଭଳି ସମୟରେ ଏଆଇଏମଆଇଏମକୁ ମେଣ୍ଟରେ ସାମିଲ କରିବାକୁ ପ୍ରସ୍ତାବ ଦେଇ କୌଣସି ଦଳ ନିଜ ଆସନ ସଂଖ୍ୟା କମାଇବାକୁ ଚାହୁନାହାଁନ୍ତି । କିନ୍ତୁ ଏଆଇଏମଆଇଏମର ଭୋଟ୍ ବିଭାଜନ ସାମର୍ଥ୍ୟକୁ ଦେଖି ଏହାକୁ ମହାମେଣ୍ଟରେ ସାମିଲ କରିବାକୁ ପୁନର୍ବିଚାର ସମ୍ଭାବନା ମଧ୍ୟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/05/27/aql0IbmMPcixKKS3udsS.jpg)