ପାଗଳ ବିଲୁଆ ଆତଙ୍କ। ଦୁଇ ଦିନରେ ୧୩ରୁ ଅଧିକ ଆହତ, ୨ଜଣଙ୍କ ଅବସ୍ଥା ଗୁରୁତର

ପୁରୀ ଅସ୍ତରଙ୍ଗରେ ପାଗଳ ବିଲୁଆ ଆତଙ୍କ। ଦୁଇ ଦିନରେ ୧୩ରୁ ଅଧିକ ଆହତ, ୨ଜଣଙ୍କ ଅବସ୍ଥା ଗୁରୁତର।

bilua

କନକ ବ୍ୟୁରୋ: ପୁରୀ ଅସ୍ତରଙ୍ଗରେ ପାଗଳ ବିଲୁଆ ଆତଙ୍କ। ଦୁଇ ଦିନରେ ୧୩ରୁ ଅଧିକ ଆହତ, ୨ଜଣଙ୍କ ଅବସ୍ଥା ଗୁରୁତର। ଅସ୍ତରଙ୍ଗ ବ୍ଲକ ବନ୍ଦାରୀ ,ବନ୍ତିଲୋ ,ତୟା ,ତିରିକଣା ,କଙ୍କୁରି ଖରିପଡ଼ିଆରେ ପାଗଳ ବିଲୁଆ କାମୁଡାରେ ଅନେକ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଆହତ ରୋଗୀ ମାନଙ୍କୁ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ସ୍ଥାନୀୟ ଅଞ୍ଚଳବାସୀ ସଂଘବଦ୍ଧ ଭାବେ ଏହି ପାଗଳ ବିଲୁଆକୁ ଘେରି ମାରିଦେଇଥିବା ଜଣାପଡିଛି। ଗୋଟିଏ ପଟେ ଉତ୍ତରପ୍ରଦେଶ ବହରାଇଚରେ ମଣିଷଖିଆ ଗଧିଆ ଆତଙ୍କ ଥମୁନଥିବା ବେଳେ ପୁରୀ ଅସ୍ତରଙ୍ଗରେ ପାଗଳ ବିଲୁଆ ଆତଙ୍କ ଲୋକଙ୍କ ମନରେ ଭୟ ଆଣିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe