କନକବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଶୁଳିଆ ଜଙ୍ଗଲରେ ମହାବଳ ଆତଙ୍କ । ଏକ ଷଣ୍ଢକୁ ମାରି ମହାବଳ ଘୋଷାରି ନେଇ ଅଧା ଖାଇଯାଇଛି । ଜଙ୍ଗଲର ବିଭିନ୍ନ ସ୍ଥାନରେ ଓ ମୃତ ଷଣ୍ଢ ନିକଟରେ ମହାବଳ ବାଘର ପାଦଚିହ୍ନ ପଡିଛି ।
ବାଘକୁ କେହି ଦେଖିନଥିଲେ ମଧ୍ୟ ବାଘର ବଡ଼ ବଡ଼ ପାଦଚିହ୍ନ ଦେଖି ସ୍ଥାନୀୟ ଅଂଚଳର ଲୋକେ ଭୟଭୀତ ହୋଇପଡିଛନ୍ତି । ମହାବଳର ପାଦଚିହ୍ନ ଚିହ୍ନଟ କରିବା ପରେ ଜଙ୍ଗଲ ଅଭିମୁଖେ କେହି ନଯିବା ପାଇଁ ୯ ଖଣ୍ଡ ଗାଁର ଲୋକଙ୍କୁ ଆଲର୍ଟ କରିଛି ବନ ବିଭାଗ ବାଘଟି କେଉଁଠାରେ ଅଛି ବନ ବିଭାଗ ଅନୁଧ୍ୟାନ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/0JpaWOMy3BiN4WnvrNCr.jpg)