କନକ ବ୍ୟୁରୋ: ଗାଁ ଦାଣ୍ଡରେ ବୁଲୁଛି ଦନ୍ତା । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ପ୍ରତିମାଦେଇ ଶାସନ ଗାଁ ଦାଣ୍ଡରେ ସୋମବାର ସକାଳୁ ସକାଳୁ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ଗାଁ ଦାଣ୍ଡରେ ଦନ୍ତାକୁ ଦେଖି ଘରୁ ଆତଙ୍କିତ ସ୍ଥାନୀୟ ବାସିନ୍ଦା । ସୂଚନା ଅନୁସାରେ, ବେତନଟି ରେଞ୍ଜର ବିଭିନ୍ନ ଜଙ୍ଗଲରେ ୧୦ ରୁ ୧୨ ଝାଡ଼ଖଣ୍ଡି ହାତୀ ବୁଲୁଛନ୍ତି । ହେଲେ ଗୋଟିଏ ଦନ୍ତା ହାତୀ ଗୋଠଛଡା ହୋଇ ବୈଶିଙ୍ଗା ଉପକଣ୍ଠ କ୍ଷୀରପଦା ଜଙ୍ଗଲରେ ରହି ଆସୁଛି । ଆଉ ବିଭିନ୍ନ ସମୟରେ ଜଙ୍ଗଲରୁ ବାହାରି ନିକଟବର୍ତ୍ତୀ ଗାଁ ଗୁଡିକରେ ଉତ୍ପାତ କରୁଛି । 

Advertisment

କେତେବେଳେ ଦୀର୍ଘ ସମୟ ଧରି ବ୍ୟସ୍ତବହୁଳ ବୈଶିଙ୍ଗା-ମାଣତ୍ରୀ ରାସ୍ତା ଅବରୋଧ କରୁଛି ତ କେତେବେଳେ ଗାଁ ଭିତରେ ପଶି ଉପଦ୍ରଵ କରୁଛି । ଗତକାଲି ସନ୍ଧ୍ୟାରେ ଜଙ୍ଗଲରୁ ବାହାରି ଦୀର୍ଘ ସମୟ ପର୍ଯ୍ୟନ୍ତ ବୈଶିଙ୍ଗା-ମାଣତ୍ରୀ ରାସ୍ତାର ବଡାମ ଠାକୁରାଣୀଙ୍କ ନିକଟ ରାସ୍ତା ଅବରୋଧ କରିଥିଲା । ଆଜି ସକାଳୁ ସେହି ରାସ୍ତାରେ ଯାଇ ପ୍ରତିମାଦେଇପୁର ଶାସନ ଭିତରେ ପଶି ଗାଁ ଦାଣ୍ଡରେ ବୁଲିଥିଲା । ତେବେ ଘର ସମ୍ମୁଖରେ ଦନ୍ତାକୁ ଦେଖି ଗ୍ରାମବାସୀ ଭୟଭୀତ ହେବା ସହିତ ତାଟି କବାଟ କିଳି ଘର ଭିତରେ ପଶିଯାଇଥିଲେ । ସେପଟେ ହାତୀର ଗତିବିଧି ଉପରେ ନଜର ରଖିଥିବା କହିଛି ବନବିଭାଗ ।