Wild Elephant Photograph: (Kanak News)
କନକ ବ୍ୟୁରୋ : ଜଙ୍ଗଲ ଭିତରେ ହାତୀ ସହ ମୁହାଁମୁହିଁ । ବାଇକକୁ ଦେଖି ରାସ୍ତା ଉପରକୁ ମାଡି ଆସିଲା ଜଙ୍ଗଲି ହାତୀ । ଗଜପତି ଗୁମ୍ମା ବ୍ଳକରେ ଅଘଟଣ । ବାଇକକୁ କଚାଡ଼ି ଭାଙ୍ଗିଲା ହାତୀ । ଅଳ୍ପକେ ଜୀବନ ବଞ୍ଚାଇ ଦୌଡ଼ି ପଳାଇ ଆସିଲେ ବାଇକ ଚାଳକ ।
ସେପଟେ ହାତୀ ଆକ୍ରମଣରେ ଯୁବକ ମୃତ । କେନ୍ଦୁଝର ଚମ୍ପୁଆ ରେଞ୍ଜ ଉଚ୍ଚବାଲି ଗାଁ ଜଂଗଲରେ ଥିବା ୩ଟିକିଆ ହାତୀପଲଙ୍କ ଆକ୍ରମଣରେ ଯୁବକଙ୍କର ମୃତ ଘଟିଛି । ମୃତ ଯୁବକ ଭଣ୍ଡା ଗ୍ରାମର ସୈମେନ୍ଦ୍ର ମହାନ୍ତ । ସେ ହାତୀ ଦେଖିବାକୁ ଉଚ୍ଚବାଲି ଗାଁକୁ ଯାଇଥିଲେ । ହାତୀ ଦେଖୁଥିବା ବେଳେ ହାତୀ ଗୋଡେଇବାରୁ ଦୌଡ଼ି ପଳାଉଥିବା ବେଳେ ତଳେ ପଡ଼ିଯାଇଥିଲେ । ଫଳରେ ହାତୀ ମାଡ଼ିଦେବାରୁ ଗୁରୁତର ଆହତ ହେଇଥିଲେ । ତାଙ୍କୁ ବନ ବିଭାଗ ଉଦ୍ଧାର କରି ଭଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘେlଷଣା କରିଛନ୍ତି ।
ଅଧିକ ପଢ଼ନ୍ତୁ : ବିଗୁଡୁଛି ମାଖନା ହାତୀର ସ୍ବାସ୍ଥ୍ୟ : ଉଠିପାରୁନି କି ଖାଉନି
ବିଗୁଡୁଛି ମାଖନା ହାତୀର ସ୍ୱାସ୍ଥ୍ୟ । ଉଠିପାରୁନି କି ଖାଉ ନାହିଁ । କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ୩ ମାସ ତଳେ ଦନ୍ତା ହାତୀ ଆକ୍ରମଣରେ ଏହି ମାଖନା ହାତୀ ଗୁରୁତର ଆହତ ହୋଇଥିଲା । ବନ ବିଭାଗ ପକ୍ଷରୁ କିଛି ଦିନ ତଳେ ସ୍ୱତନ୍ତ୍ର ଚିକିତ୍ସାକାରୀ ଦଳ ମାଖନାକୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରିଥିଲେ । ପରେ ଏହି ଦଳ ନିୟମିତ ଚିକିତ୍ସା କରି ଆସୁଛନ୍ତି । ମାଖନାର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ମଧ୍ୟ ନଜର ରଖିଛନ୍ତି ।
କିନ୍ତୁ ମାଖନା ସୁସ୍ଥ ହେବା ପରିବର୍ତ୍ତେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଗତକାଲି ଠାରୁ ଆଉ ଉଠୁନି କି କିଛି ଖାଉନି । ଆଜି ସକାଳୁ ବନ ବିଭାଗ ପକ୍ଷରୁ ଏକ ଜେସିବି ମେସିନ ଦ୍ୱାରା ଉଠାଇବାକୁ ଚେଷ୍ଟା କରାଯାଉଛି । କିନ୍ତୁ ହାତୀଟି ଉଠି ପାରୁନାହିଁ । ହାତୀଟିର ବୟସ ପାଖାପାଖି ୫୦ ବର୍ଷ ହେବ । ଧିରେ ଧିରେ ତାର ସ୍ୱାସ୍ଥ୍ୟ ବିଗୁଡୁଥିବା ଅନୁମାନ କରାଯାଉଛି ।
Follow Us