ଖୋର୍ଦ୍ଧା ଓ କାମାକ୍ଷାନଗରରେ ଏକର ଏକର ଫସଲ ନଷ୍ଟ କରୁଛନ୍ତି ବାରହା, କେନ୍ଦୁଝର ଚମ୍ପ୍ରୁଆରେ ହାତୀ ଉତ୍ପାତ, ଫସଲ ସୁରକ୍ଷା ପାଇଁ ମଞ୍ଚାରେ ରାତି କାଟୁଛି ଚାଷୀ

32

କନକ ବ୍ୟୁରୋ : କେତବେଳେ ମରୁଡ଼ି, କେତେବେଳେ ଲଘୁଚାପ ବର୍ଷା। ଆଉ କେବେ ସାର ସଙ୍କଟ। ଏସବୁ ସମସ୍ୟା ସହ ସଂଘର୍ଷ କରି ପରିଶ୍ରମର ଫଳ ପାଇବା ବେଳକୁ ଜଙ୍ଗଲୀ ଜନ୍ତୁଙ୍କ ଉତ୍ପାତ ଚାଷୀର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ବନ ବିଭାଗ ତରଫରୁ ଏଥିପ୍ରତି କିଛି ଖାସ ପଦକ୍ଷେପ ନିଆଯାଉନଥିବାରୁ ରାତିରେ ନିଜ କ୍ଷେତକୁ ନିଚେ ସୁରକ୍ଷା ଦେଉଛି ଚାଷୀ।

କିଏ ମାଇକ ଧରିଛି । ଆଉ କିଏ ଟାୟାର ଜାଳୁଛି । ଏ ସବୁ କେବଳ ନିଜ ଫସଲର ସୁରକ୍ଷା ପାଇଁ। ହଁ, ଖୋର୍ଦ୍ଧା ଜିଲ୍ଲା ସିମୋରରେ ଦେଖିବାକୁ ମିଳିଛି ବାରହା ବିତ୍ପାତ । ବିଲରେ ପଶି ନଷ୍ଟ କରୁଛନ୍ତି ଫସଲ । ଧାନରେ ଥୋଡ଼ ଧରିଲାଣି । କେଉଁଠି କେଉଁଠି ଧାନ ବି ବାହାରି ଗଲାଣି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଓ ଦିନ ରାତି ଏକ କରି ଫଳାଇଥିବା ସୁନାର ଫସଲକୁ କେମିତି ବା ନଷ୍ଟ ହେବାକୁ ଦେବ ଚାଷୀ?  ସେଥିପାଇଁ ଘରେ ନୁହେଁ ରାତି ବିତୁଛି କ୍ଷେତରେ । ଜଗିରହୁଛି ଫସଲ । ହେଲେ ବନ ବିଭାଗ ବେଫିକର। ହାତ ବାନ୍ଧି ବସିଛି, ନିରବରେ ଦେଖୁଛି ବାର୍‌ହା ଉତ୍ପାତ। 

ନୂଆପଡ଼ା ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ;  ବିଜୟ ପାଇଁ ଆରମ୍ଭ ହେଲାଣି ଅଙ୍କକଷା

କେବଳ ଖୋର୍ଧା ନୁହେଁ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଙ୍ଗେଇଲ ଗାଁରେ ବି ବାର୍‌ହା ଆତଙ୍କ। କ୍ଷେତରେ ପଶି ଧାନ ଖାଇଯାଉଛନ୍ତି। ଫସଲ ନଷ୍ଟ କରୁଛନ୍ତି। ବନ ବିଭାଗ ତରଫରୁ ପାଟ୍ରୋଲିଂ କରାଯାଉନାହିଁ। ଏନେଇ ଚାଷୀ ଜଣାଉଛି, ହେଲେ ଫଳଶୂନ।

ନୂଆପଡ଼ା ଉପ-ନିର୍ବାଚନ ତାରିଖ ଘୋଷଣା ପରେ ଆରମ୍ଭ ହେଲା ବୟାନବାଜି: ପଢ଼ନ୍ତୁ କେଉଁ ଦଳ କଣ କହିଲା...

ବାରହା କେବଳ ଚାଷୀ ପାଇଁ ବିପଦ ତା’ ନୁହେଁ। କ୍ଷେତରେ ମାତିଛନ୍ତି ହାତୀପଲ। ରାତି ହେଲା ମାତ୍ରେ ଗାଁକୁ ମାଡ଼ି ଆସୁଛନ୍ତି।  ଚାଷ ନଷ୍ଟ କରୁଛନ୍ତି, ଘର ଭାଙ୍ଗୁଛନ୍ତି। ତେଣୁ ଚାଷୀ ମଞ୍ଚା କରି ହାତୀଙ୍କ ଗତିବଧି ଉପରେ ନଜର ରଖୁଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନର ହାତୀଦରି ଗାଁରେ ହାତୀ ଚାଷୀକୁ ସର୍ବସ୍ବାନ୍ତ କରିବାକୁ ବସିଛି। ତା’ର ବି ସମାଧାନ ନାହିଁ ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe