ବାରହା ପାଇଁ ରାତି ଅନିଦ୍ରା ; ବିଲରେ ନଷ୍ଟ କରିଦେଉଛନ୍ତି ଫସଲ

ବାରହା ପାଇଁ ରାତି ଅନିଦ୍ରା ।  ଗଞ୍ଜାମ ଆସିକାପରେ ଧାନ ପରେ ମକା ଓ ଆଖୁ ଚାଷ ନଷ୍ଟ କରୁଛନ୍ତି ବାରହା ପଲ । ଉଜାଗର ରହି ସାରା ରାତି ବାଣ ଫୁଟାଇ ଓ ନିଆ ହୁଳା କରି କ୍ଷେତକୁ ଜଗି ରହୁଛନ୍ତି ଚାଷୀ ।

wb66

କନକ ବ୍ୟୁରୋ :  ପାଇଁ ରାତି ଅନିଦ୍ରା । ଧାନ ଫସଲ ପରେ ଏବେ ମକା ଓ ଆଖୁ ଚାଷରେ ଦାଉ ସାଜିଛି ବାରହା ପଲ । ରାତିରେ ଜମିରେ ପଶି ହେକ୍ଟର ହେକ୍ଟର ମକା ଫସଲ ନଷ୍ଟ କରୁଛନ୍ତି । ଫଳରେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଚାଷୀଙ୍କ ନିଦ ହଜିଯାଇଛି। ତେଣୁ ଦିନ ତମାମ କ୍ଷେତରେ ପରିଶ୍ରମ କରୁଥିବା ଚାଷୀ ପୁଣି ରାତିରେ ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ରାତି ଉଜାଗର ରହୁଛନ୍ତି । ଏହାସହ ସାରା ରାତି ଡ଼ବା ବାଡେଇ, ବାଣ ଫୁଟାଇ ନିଆ ହୁଳା କରି କ୍ଷେତକୁ ଜଗି ରହୁଛନ୍ତି। ଏପରିକି ଶୀତ କାକରକୁ ଖାତିର ନ କରି ଆସିକା ଅଞ୍ଚଳର ଜୟପୁର,ପଢ଼ାଳ, ତରାପଲ୍ଲୀ ଓ କେନ୍ଦୁପଦର ଆଦି ଅଞ୍ଚଳର ଲୋକେ ନିଜ କ୍ଷେତକୁ ଜଗୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe