କନକ ବ୍ୟୁରୋ :  ପାଇଁ ରାତି ଅନିଦ୍ରା । ଧାନ ଫସଲ ପରେ ଏବେ ମକା ଓ ଆଖୁ ଚାଷରେ ଦାଉ ସାଜିଛି ବାରହା ପଲ । ରାତିରେ ଜମିରେ ପଶି ହେକ୍ଟର ହେକ୍ଟର ମକା ଫସଲ ନଷ୍ଟ କରୁଛନ୍ତି । ଫଳରେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଚାଷୀଙ୍କ ନିଦ ହଜିଯାଇଛି। ତେଣୁ ଦିନ ତମାମ କ୍ଷେତରେ ପରିଶ୍ରମ କରୁଥିବା ଚାଷୀ ପୁଣି ରାତିରେ ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ରାତି ଉଜାଗର ରହୁଛନ୍ତି । ଏହାସହ ସାରା ରାତି ଡ଼ବା ବାଡେଇ, ବାଣ ଫୁଟାଇ ନିଆ ହୁଳା କରି କ୍ଷେତକୁ ଜଗି ରହୁଛନ୍ତି। ଏପରିକି ଶୀତ କାକରକୁ ଖାତିର ନ କରି ଆସିକା ଅଞ୍ଚଳର ଜୟପୁର,ପଢ଼ାଳ, ତରାପଲ୍ଲୀ ଓ କେନ୍ଦୁପଦର ଆଦି ଅଞ୍ଚଳର ଲୋକେ ନିଜ କ୍ଷେତକୁ ଜଗୁଛନ୍ତି ।

Advertisment