ବାରହା ପାଇଁ ରାତି ଅନିଦ୍ରା ; ନିଆଁ ହୁଳା ଧରି ଫସଲ ଜଗୁଛନ୍ତି ଚାଷୀ

ଜଙ୍ଗଲି ବାରହା ଭୟରେ ରାତି ଅନିଦ୍ରା । ଫସଲ ଅମଳ ସମୟରେ ଗଞ୍ଜାମ ଧରାକୋଟ ଅଞ୍ଚଳରେ ବାରହା ଉପଦ୍ରବ । ଏକର ଏକର ଫସଲ ନଷ୍ଟ କରୁଥିବାରୁ ବଢିଲା ଚାଷୀଙ୍କ ଚିନ୍ତା । ନିଆଁ ହୁଳା ଧରି, ବାଜା ବଜାଇ ଜଗୁଛନ୍ତି ପାଚିଲା ଧାନ କ୍ଷେତ ।

211111111

କନକ ବ୍ୟୁରୋ: ବାରହା ଭୟରେ ରାତି ଅନିଦ୍ରା  । ଫସଲ ଅମଳ ସମୟରେ ଚାଷୀଙ୍କ ଚିନ୍ତା ବଢାଇଛି ବାରହା ଉପଦ୍ରବ। ଗଞ୍ଜାମ ଧରାକୋଟ ବ୍ଲକର ଗୋପାଳପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ଏକର ଏକର ଫସଲ ନଷ୍ଟ କରୁଥିବାରୁ ବାଧ୍ୟ ହୋଇ ରାତି ଅନିଦ୍ରା ରହୁଛନ୍ତି ଚାଷୀ । ହାତରେ ନିଆଁ ହୁଳା ଧରି, ବାଜା ବଜାଇ କ୍ଷେତ ଜଗୁଛନ୍ତି । କେବଳ ଧରାକୋଟ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକଙ୍କୁ ଅତିଷ୍ଠ କରୁଛନ୍ତି ବଣୁଆ ବାରହା । ବିଲରେ ଫଶି ଫସଲ ନଷ୍ଟ କରୁଥିବାରୁ ଲୋକେ ଅତିଷ୍ଠ ହୋଇପଡୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe