କନକ ବ୍ୟୁରୋ: ଚର୍ଚ୍ଚାରେ ରହିଛି ଏଆଇ ଇଂଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟାର ଖବର । ଅତୁଲଙ୍କ ସ୍ତ୍ରୀ ନିକିତା ସିଘାଂନିଆ ଓ ତାଙ୍କ ବାପା ମା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଗିରଫ ଭୟରେ ନିକିତା ଆଗୁଆ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି । ନିକିତା ସିଘାଂନିଆ, ତାଙ୍କ ମା ନିଶା ସିଘାଂନିଆ, ଭାଇ ଅନୁରାଗ ଓ ବାପା ସୁଶୀଲ ସିଘାଂନିଆ ଆଲ୍ଲାବାଦ ହାଇକୋର୍ଟରେ ପଂହଚିଥିଲେ । ଶୁକ୍ରବାର ଆଲ୍ଲାବାଦ ହାଇକୋର୍ଟ ରେଜିଷ୍ଟ୍ରିରେ ଏହି ଆବେଦନକୁ ଲିଷ୍ଟେଡ କରାଯାଇଥିଲା ଏବଂ ଶୁଣାଣୀ ମଂଙ୍ଗଳବାର ନହେଲେ ବୁଧବାର ଦିନ କରାଯିବ ବୋଲି ଜଣାପଡିଛି ।
ନିକିତା ଏହି କେସକୁ ସୋମବାରରେ ଅରଜେଂଣ୍ଟ ବେସିସରେ ଶୁଣାଣୀ କରିବାକୁ ହାଇକୋର୍ଟରେ ଲାଗିପଡିଛନ୍ତି। ସେପେଟ ବାଙ୍ଗାଲୋର ପୋଲିସ ଶୁକ୍ରବାର ନିକତାଙ୍କ ଘରେ ନୋଟିସ ମାରିଥିଲେ ଆଉ ନୋଟିସରେ ଉଲ୍ଲେଖ ରହିଥିଲା, ତିନି ଦିନ ଭିତରେ ହାଜର ହୁଅ , ଏପରି ଲେଖି ନିକିତାଙ୍କ ଘରେ ନୋଟିସ ମାରିଛି ଜୌନପୁର ପୋଲିସ। ଅନ୍ୟପଟେ ଜୌନପୁରରେ ଏହି ଘଟଣାକୁ ନେଇ ପ୍ରତିବାଦ ଜୋର ଧରିଛି,ବିଭିନ୍ନ ଅନୁଷ୍ଠାନ ଅତୁଲଙ୍କ ସପକ୍ଷରେ ବାହାରି ଆନ୍ଦୋଳନ କରିଥିଲେ ।