କନକ ବ୍ୟୁରୋ : ମଦ୍ୟପ ସ୍ୱାମୀ ପାଇଁ ଚିଠି ଲେଖି ଆତ୍ମହତ୍ୟା କଲେ ସ୍ତ୍ରୀ । ମୟୂରଭଂଜ କପ୍ତିପଦା ଥାନା ଅଞ୍ଚଳର ସଞ୍ଜୁଲତା ନାୟକ ଓ ତାଙ୍କ ସ୍ୱାମୀ ଅନାଦି ନାୟକ ସୋର ଉତ୍ତରେଶ୍ୱରରେ ରହୁଥିଲେ । ସଞ୍ଜୁଲତାଙ୍କ ସ୍ବାମୀ ଅନେକ ସମୟରେ ମଦ୍ୟପାନ କରି ତାଙ୍କୁ ମାନସିକ ଓ ଶାରୀରିକ ନିର୍ୟାତନା ଦେଉଥିଲେ । ଏପରିକି ତାଙ୍କ ସ୍ବାମୀ ମଦ ପିଇ ଅନେକ ଥର ଦୁର୍ଘଟଣାର ଶିକାର ମଧ୍ୟ ହୋଇଥିଲେ । ଯାହାକୁ ନେଇ ସଂଜୁଲତା ମଦ ପିଇଲେ ଆତ୍ମହତ୍ୟା କରିଦେବା ନେଇ ଚେତାବନୀ ଦେଇଥିଲେ । ହେଲେ ତାଙ୍କ କଥାକୁ ଖାତିର ନକରି ସ୍ବାମୀ ଅନାଦି ପୁଣି ମଦ୍ୟପାନ କରିବାରୁ ସଂଜୁଲତା ପ୍ରଥମେ ବିଷ ପିଇ ପରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଅନାଦି ଘରକୁ ଫେରିବା ପରେ ସଂଜୁଲତା କବାଟ ନଖୋଲିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ କବାଟ ଭାଙ୍ଗିବାରୁ ସଂଜୁଲତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୁଲିସ ଡାକ୍ତର ଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ମଦୁଆ ସ୍ବାମୀ ପାଇଁ ଜୀବନ ହାରିଲେ ; ଚିଠି ଲେଖି କଲେ ଆତ୍ମହତ୍ୟା
ମଦ୍ୟପ ସ୍ୱାମୀ ପାଇଁ ଚିଠି ଲେଖି ସ୍ତ୍ରୀର ଆତ୍ମହତ୍ୟା । ସ୍ବାମୀ ମଦ ନଛାଡିବାରୁ ବିଷି ପିଇ, ବେକରେ ରଶି ଲଗାଇ ବାଲେଶ୍ବର କପ୍ତିପଦା ସଂଜୁଲତା ନାୟକଙ୍କ ମୃତ୍ୟୁ । ଘଟଣାସ୍ଥଳରେ ପୋଲିସର ଛାନଭିନ ।
/kanak/media/media_files/2025/02/12/ltGKRuW6aoHOggUTo1MQ.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)