କନକ ବ୍ୟୁରୋ: ଟଙ୍କା ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ପ୍ରେମିକ ସହ ମିଶି ସ୍ୱାମୀକୁ ତଣ୍ଟି ଚିପି ହତ୍ୟା କରିଥିଲା । ଯେପରି ଧରାନପଡିବେ ସେଥିପାଇଁ ମୃତ ଶରୀରକୁ ୮୦୦ କିଲୋମିଟର ଦୂର ଏକ ଅଞ୍ଚଳରେ ନେଇ ପୋଡିଦେଇଥିଲେ । ପରେ ସ୍ୱାମୀ ନିଖୋଜ ଥିବା ନେଇ ଥାନାରେ ଏଫଆଇଆର ଦେଇଥିଲା ପତ୍ନୀ । । ହେଲେ ବେଙ୍ଗାଳୁରୁ ପୁଲିସ ତଦନ୍ତ କରିବା ସହ ଘଟଣାର ପର୍ଦ୍ଦାଫାସ କରିଛି । ହାଇଦ୍ରାବାଦରେ ହତ୍ୟା ପରେ ବେଙ୍ଗାଳୁରରେ ମୃତ ଦେହକୁ ପକାଇଥିବା ଜଣାପଡିଛି ।
ବ୍ୟବସାୟୀ ରମେଶଙ୍କୁ ହତ୍ୟା କରିଛି ପତ୍ନୀ ନିହାରିକା । ନିହାରିକା ତା ପ୍ରେମିକ ନିଖିଲ ଏବଂ ସହଯୋଗୀ ଅଙ୍କୁର ସହ ମିଶି ହତ୍ୟା କରିବା ପରେ ମୃତ ଶରୀରକୁ ପୋଡିଦେଇଛି । ପରେ ପୋଡା ଶରୀରର ଖଣ୍ଡକୁ ବିଭିନ୍ନ ଅଞ୍ଚଳ ବୁଲି ପକାଇଥିଲେ । ସୂଚନା ଅନୁସାରେ, ନିହାରିକା ୧୬ ବର୍ଷ ବୟସରେ ଥିବା ବେଳେ ତା ବାପାଙ୍କ ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟୁ ପରେ ତାଙ୍କ ମା’ ଅନ୍ୟ ଜଣଙ୍କୁ ବିବାହ କରିବାରୁ ନିହାରିକା ଏକା ହୋଇଯାଇଥିଲେ । କିନ୍ତୁ ନିହାରିକା ଇଞ୍ଜନିୟରିଂ ପଢିବା ପରେ ବିବାହ କରିଥିଲେ ଓ କିଛି ମାସ ପରେ ଛାଡ଼ପତ୍ର ଦେଇଥଲେ।ପରେ ହରିୟାଣାରେ ଏକ ଠକେଇ ମାମଲାରେ ଜେଲ ଯାଇଥିଲେ ନିହାରିକା । ଜେଲରୁ ଫେରିବା ପରେ ସେ ନିହାରିକା ବ୍ୟବସାୟୀ ରମେଶଙ୍କୁ ଦ୍ୱିତୀୟ ବିବାହ କରିଥିଲେ।
କେମିତି ଧରାପଡିଲେ ଅଭିଯୁକ୍ତ ସ୍ତ୍ରୀ?
ଅକ୍ଟୋବର ୮ରେ ବେଙ୍ଗାଳୁରୁ କୋଡାଗୁରୁ ଏକ ପୋଡା ଶରୀରର କିଛି ଅଂଶ ମିଳିଥିଲା
ବେଙ୍ଗାଳୁରୁ ପୋଲିସ ମୃତ ବ୍ୟକ୍ତିଙ୍କ ଠିକଣା ଠାବ କରିବାକୁ ଚେଷ୍ଟା କରିଥିଲା
ପରେ ପୋଲିସ ସେ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା
୫୦୦ରୁ ଅଧିକ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ସୁରାଗ ପାଇଥିଲା ପୋଲିସ
ସିସିଟିଭିରୁ ଏକ ନାଲି ରଙ୍ଗର ମର୍ସିଡିଜ୍ କାର ଉପରେ ପୁଲିସର ସନ୍ଦେହ ହୋଇଥିଲା
କାର ନମ୍ବରରୁ ପୁଲିସ ଏହା ତେଲେଙ୍ଗାନାର ରମେଶଙ୍କ କାର ବୋଲି ଜାଣିଥିଲା
ପରେ ବେଙ୍ଗାଳୁରୁ ପୋଲିସ ତେଲେଙ୍ଗାନା ପୁଲିସକୁ ଯୋଗାଯୋଗ କରିଥିଲା
ତେଲେଙ୍ଗାନା ପୁଲିସ ନିକଟରେ ପୂର୍ବରୁ ରମେଶ ନିଖୋଜ ଥିବା ପତ୍ନୀ ରିପୋର୍ଟ କରିଥିଲେ
ପତ୍ନୀ ନିହାରିକାଙ୍କୁ ପଚରାଉଚରା କରିବାରୁ ପୁରା ଘଟଣା ସମ୍ପର୍କରେ ଜଣାପଡିଥିଲା
ହତ୍ୟା ପଛରେ ପତ୍ନି ନିହାରିକା ଏବଂ ପ୍ରେମିକ ନିଖିଲ, ସହଯୋଗୀ ଅଙ୍କୁର ଥିବା ଜଣାପଡିଥିଲା
କାହିଁକି ସ୍ୱାମୀଙ୍କୁ କଲା ହତ୍ୟା ପତ୍ନୀ?
ନିହାରିକା ବିବାହର କିଛି ମାସ ପରେ ସ୍ୱାମୀଙ୍କୁ ୮ କୋଟି ଟଙ୍କା ଦେବାକୁ ଦାବି କରିଥିଲେ
ରମେଶ ଏତେ ଟଙ୍କା ଦେବାକୁ ମନା କରିବାକୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲା ନିହାରିକା
ପ୍ରେମିକ ନିଖିଲ ଏବଂ ସହଯୋଗୀ ଅଙ୍କୁରଙ୍କୁ ଯୋଗାଯୋଗ କରିବା ସହ ମର୍ଡର ପ୍ଲାନ କରିଥିଲେ
ଗତ ଅକ୍ଟୋବର ୧ ତାରିଖରେ ତଣ୍ଟିଚିପି ରମେଶଙ୍କ ହତ୍ୟା କରିଥିଲେ ପତ୍ନୀ ଓ ପ୍ରେମିକ
ପରେ ମୃତ ଶରୀରକୁ ସେଠାରୁ ୮୦୦ କିଲୋମିଟର ଦୂର ଉପ୍ପାଲ ଅଞ୍ଚଳକୁ ନେଇଯାଇଥିଲେ
ରମେଶ ଦେହରେ ବେଡସିଡ୍ ଘୋଡାଇ ନିଆଁ ଲଗାଇଥିଲେ ତିନି ଅଭିଯୁକ୍ତ
ପରେ ନିହାରିକା ହାଇଦ୍ରାବାଦ ଫେରି ରମେଶଙ୍କ ନିଖୋଜ ଥିବା ନେଇ ରିପୋର୍ଟ କରିଥିଲେ