OAS ଅଫିସରଙ୍କ ନାଁରେ ଥାନାରେ ଅଭିଯୋଗ କଲେ ପତ୍ନୀ : ନବଜାତକ ପୁଅ ଓ ପତ୍ନୀଙ୍କୁ ମେଡିକାଲରେ ଛାଡ଼ି ପଳାଇଥିଲେ ସ୍ବାମୀ

ବିବାହର ବର୍ଷକ ପରେ ଅର୍ଥାତ ଗତ ମେ’ ମାସରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ଜନ୍ମ କଲା ପୁଅ ଓ ସ୍ତ୍ରୀକୁ ମେଡିକାଲରୁ ଛାଡ଼ି ପଳାଇଥିଲେ ସାର୍ଥକ ସୌରଭ ମହାପାତ୍ର ।

OAS Officer

OAS Officer Photograph: (kanakNews)

କନକ ବ୍ୟୁରୋ : ବଡ଼ ଘର ବଡ଼ ଗୁମର କଥା । ଓଏଏସ ଅଫିସରଙ୍କ ବିରୁଦ୍ଧରେ ମହିଳା ଥାନାରେ ଅଭିଯୋଗ କଲେ ପତ୍ନୀ । ବିବାହର ବର୍ଷକ ପରେ ଅର୍ଥାତ ଗତ ମେ’ ମାସରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ଜନ୍ମ କଲା ପୁଅ ଓ ସ୍ତ୍ରୀକୁ ମେଡିକାଲରୁ ଛାଡ଼ି ପଳାଇଥିଲେ ସାର୍ଥକ ସୌରଭ ମହାପାତ୍ର । ଏହାରି ଭିତରେ ତିନି ମାସ ବିତିଯାଇଥିଲେ ବି କୌଣସି ସମ୍ପର୍କ ନରଖି ଦୂରେଇ ଯାଇଛନ୍ତି ଓଏଏସ ଅଧିକାରୀ। ବାରମ୍ବାର ବୁଝାସୁଝା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବାଧ୍ୟ ହୋଇ ମହିଳା ଥାନାର ଦ୍ୱାରସ୍ଥ ହେଲେ ଓଏଏସ୍ ଅଧିକାରୀଙ୍କ ଧର୍ମ ପତ୍ନୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe