କନକ ବ୍ୟୁରୋ: କୁହାଯାଏ ବିବାହ ପରେ ସ୍ୱାମୀ, ସ୍ତ୍ରୀର ସବୁ ସୁଖ, ଦୁଃଖର ସାଥୀ ହୋଇଥାଏ । ତାକୁ ସବୁ ବିପଦରୁ ମୁକ୍ତି କରିଥାଏ । ହେଲେ ଏମିତି ଏକ ଘଟଣା ଘଟିଛି ଯାହା ଏହି ଘଟଣାରୁ ପୂରା ବିପରୀତ । ଅର୍ଥାତ ଜଣେ ସ୍ୱାମୀ ନିଜ ସ୍ତ୍ରୀର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଟେନସେନରେ ଥିଲେ । ଆଉ ଟେନସନ ଏତେ ଅଧିକା ହୋଇଥିଲା ଯେ ଶେଷରେ ସେ ନିଜର ଡାକ୍ତରୀ ଜ୍ଞାନକୌଶଳ ବ୍ୟବହାର କରି ତାଙ୍କୁ ହତ୍ୟା କରିଦେଇଛନ୍ତି । ଯାହା ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ପୂରା ସତ ।
ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲର ଜଣେ ୩୨ ବର୍ଷୀୟ ଜେନେରାଲ ସର୍ଜନ ଡାକ୍ତର ମହେନ୍ଦ୍ର ରେଡ୍ଡୀ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ଛଅ ମାସ ପର୍ୟ୍ୟନ୍ତ ଏହାକୁ ଏକ ପ୍ରାକୃତିକ ମୃତ୍ୟୁ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ପୁଲିସ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପ୍ରକାଶ କରିଛି । ୨୮ ବର୍ଷୀୟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କୃତିକା ରେଡ୍ଡୀଙ୍କ ସ୍ୱାମୀ ମହେନ୍ଦ୍ରଙ୍କୁ ତାଙ୍କ ମୃତ୍ୟୁ ମାମଲାରେ ଅକ୍ଟୋବର ୧୪ରେ ଗିରଫ କରାଯାଇଥିଲା । ପୁଲିସ ଅନୁଯାୟୀ, ମହେନ୍ଦ୍ର ତାଙ୍କ ପତ୍ନୀଙ୍କୁ ଆନେସ୍ଥେସିଆର ମାରାତ୍ମକ ଡୋଜ୍ ଦେଇ ହତ୍ୟା କରିଥିଲେ ।
କୃତିକା ଏବଂ ମହେନ୍ଦ୍ରଙ୍କ ବିବାହ ୨୬ ମେ’ ୨୦୨୪ ରେ ହୋଇଥିଲା, ତାଙ୍କ ମୃତ୍ୟୁର ମାତ୍ର ୧୧ ମାସ ପୂର୍ବରୁ । ନୂଆ ନୂଆ ବିବାହ କରିଥିଲେ ସବୁ କିଛି ଠିକ ଚାଲିଥିଲା । କୃତିକା ନିଜ ସ୍ବପ୍ନ ସାକାର କରିବାକୁ ଅନେକ କିଛି ପ୍ଲାନ କରିଥିଲେ । ନିଜର ନୂଆ କ୍ଲିନିକ ଖୋଲିବାକୁ ସବୁ କିଛି ସରିଥାଏ । ହେଲେ ଏହା ପୂର୍ବରୁ କୃତିକାଙ୍କ ସ୍ୱାସ୍ଥ୍ୟ ହଠାତ ଖରାପ ହେବାକୁ ଲାଗିଲା । ଅଧିକ ଦେହ ଖରାପ ହେବାକୁ ସେ ନିଜ ବାପଘରକୁ ଚାଲିଯାଇଥିଲେ । ହେଲେ ଏପ୍ରିଲ ୨୩ରେ ସେ ହଠାତ ଘରେ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତେ ଭାବିଥିଲେ ଏହା ଏକ ପ୍ରାକୃତିକ ମୃତ୍ୟୁ ବୋଲି ।
ହେଲେ କୃତିକାଙ୍କ ଭଉଣୀ ଯିଏକି ଡାକ୍ତର ତାଙ୍କୁ ଏ ମୃତ୍ୟୁ ହଜମ ହୋଇନଥିଲା । ଆଉ ପ୍ରକୃତ ସତ ଜାଣିବାକୁ ଖୋଳତାଡ଼ ଆରମ୍ଭ କରିଥିଲେ । ଆଉ କୃତିକାଙ୍କ ପରିବାର ଫରେନ୍ସିକ୍ ଯାଞ୍ଚର ଦାବି କରିଥିଲେ । ହେଲେ ଯେତେବେଳେ ରିପୋର୍ଟ ଆସିଥିଲା ପାଦ ତଳୁ ମାଟି ଖସିଯାଇଥିଲା । କୃତିକାଙ୍କ ଶରୀରରୁ ପ୍ରପୋଫଲ ନାମକ ଔଷଧ ମିଳିଥିଲା । ଯାହାକୁ ଅପରେସନ ବେଳେ ରୋଗୀଙ୍କୁ ଅଚେତ କରିବାରେ ବ୍ୟବହାର କରାଯାଏ ।
ପୁଲିସ ଯାଞ୍ଚରୁ ସାମ୍ନାକୁ ଆସିଥିଲା କି କୃତିକାଙ୍କ ଦେହ ଖରାପ ହେବାରୁ ତାଙ୍କ ସ୍ୱାମୀ ମହେନ୍ଦ୍ର ରେଡ୍ଡୀ ତାଙ୍କୁ ଦେଖିବାକୁ ଶ୍ୱଶୂର ଘର ଯାଇଥିଲେ । ସେଠାରେ ସେ ଇଞ୍ଜେକ୍ସନ ଜରିଆରେ ତାଙ୍କୁ ଆନାସ୍ଥେସିଆ ଦେଇଥିଲେ, ଏହା ଜାଣି ବି ଏହି ଔଷଧ ଦେହ ପାଇଁ ମାରାତ୍ମକ । ଇଞ୍ଜେକ୍ସନ ଦେବାର ୨ ଦିନ ପରେ କୃତିକାଙ୍କ ମୃତ୍ୟୁ ହୋଇଥିଲା । ପୂରା ପ୍ଲାନରେ ଏହି ହତ୍ୟା କରିଥିଲା ସ୍ୱାମୀ ମହେନ୍ଦ୍ର ।
ରିପୋର୍ଟ ଆସିବା ପରେ ପୁଲିସ ଏହି କେସକୁ ଗମ୍ଭୀରତାର ସହ ନେଇଥିଲା । ପୁଲିସ ଅନୁସାରେ ମହେନ୍ଦ୍ର ଏହି ହତ୍ୟାକାଣ୍ଡ ବହୁତ ଭାବିଚିନ୍ତି କରିଥିଲା । ସେ ନିଜ ମେଡିକାଲ ଜ୍ଞାନର ଅପବ୍ୟବହାର କରି ହତ୍ୟା କରିଥିଲା ଆଉ ତାକୁ ସ୍ୱାଭାବିକ ମୃତ୍ୟୁର ରୂପ ଦେବାକୁ ଚେଷ୍ଟା କରିଥିଲା । ଏହି ଘଟଣାପରେ ପୁଲିସ ମହେନ୍ଦ୍ରକୁ ଗିରଫ କରିଛି ।