କନକ ବ୍ୟୁରୋ : ସାପ କାମୁଡ଼ାରେ ସ୍ବାମୀ ଚାଲିଗଲା ପରେ ବିଷ ପିଇଦେଲେ ସ୍ତ୍ରୀ । ସ୍ବାମୀର ମୁତ୍ୟୁ ଖବର ସହିପାରିଲେନି । ବିଷ ପଇ ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି । ଜଗତସିଂହପୁର ସଦର ମେଡିକାଲରେ ସ୍ଵାମୀର ମୃତଦେହ ପଡିଥିବା ବେଳେ ସ୍ତ୍ରୀ ଏବେ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତି ହୋଇଛି । କଟକ ଜିଲ୍ଲା ନିଆଳୀ ବ୍ଲକ ଏକବାରୁଆ ଗାଁର ସୁରେନ୍ଦ୍ର ସ୍ବାଇଁ ବିଲକୁ ବାଇଗଣ ତୋଳିବାକୁ ଯାଇଥିବାବେଳେ ତାଙ୍କୁ ସାପ କାମୁଡିଥିଲା । ତୁରନ୍ତ ସୁରେନ୍ଦ୍ରଙ୍କୁ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଖବର ଶୁଣିବା ମାତ୍ରେ ଘରେ ଥିବା ସୁରେନ୍ଦ୍ରଙ୍କର ସ୍ତ୍ରୀ ଲତିକା ସ୍ବାଇଁ ଦୁଃଖରେ ଭାଙ୍ଗି ପଡିଥିଲେ। ଶେଷରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ସେ ଏବେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ।