ନ୍ୟାୟ ପାଇଁ ତହସିଲଦାରଙ୍କ ଗୋଡ଼ତଳେ ପଡ଼ିଗଲେ ମୃତ ଚାଷୀଙ୍କ ପତ୍ନୀ, ତଦନ୍ତ ପାଇଁ ଟିମ ଗଠନ

Advertisment

ନ୍ୟାୟ ପାଇଁ ତହସିଲଦାରଙ୍କ ଗୋଡତଳେ ପଡିଲେ ମୃତ ଚାଷୀଙ୍କ ପତ୍ନୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ପରେ ନ୍ୟାୟ ଭିକ୍ଷା କରିଛନ୍ତି ପତ୍ନୀ ।

ନ୍ୟାୟ ପାଇଁ ତହସିଲଦାରଙ୍କ ଗୋଡତଳେ ପଡିଲେ ମୃତ ଚାଷୀଙ୍କ ପତ୍ନୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ପରେ ନ୍ୟାୟ ଭିକ୍ଷା କରିଛନ୍ତି ପତ୍ନୀ ।

7

Photograph: (kanak news)

କନକ ବ୍ୟୁରୋ:ନ୍ୟାୟ ପାଇଁ ତହସିଲଦାରଙ୍କ ଗୋଡତଳେ ପଡିଲେ ମୃତ ଚାଷୀଙ୍କ ପତ୍ନୀ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ପରେ ନ୍ୟାୟ ଭିକ୍ଷା କରିଛନ୍ତି ପତ୍ନୀ । ଧାନ ବିକ୍ରି କରିବା ପାଇଁ ମିଲର ଓ ଡାଙ୍ଗମାଳ ସମବାୟ ସମିତିର ସମ୍ପାଦକଙ୍କ ଦ୍ଵାରା ନିର୍ଯାତନା ପାଇ ପ୍ରାଣ ହରାଇଥିବା ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତହସିଲଦାର ମୃତ ଚାଷୀଙ୍କ ପରିବାର ନିକଟରେ ପହଞ୍ଚିଥିଲେ । 

ଏହି ସମୟରେ ତ୍ରିଲୋଚନଙ୍କ ପତ୍ନୀ ଭାରତୀ ନାୟକ ତହସିଲଦାରଙ୍କ ଗୋଡ ଧରିଥିଲେ । ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ସମ୍ପାଦକ ଓ ମିଲର ଦାୟୀ ବୋଲି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ପାଇଁ ଏକ ଟିମ ଗଠନ କରାଯାଇଛି। ମିଲର ଦେଇଥିବା ରସିଦ ଆଧାରରେ ତଦନ୍ତ ହେବ । ସମସ୍ତ ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ରାଜନଗର ତହସିଲଦାର କହିଛନ୍ତି । ଏପଟେ ସମବାୟ ସମିତିର ସମ୍ପାଦକ କାହିଁକି ମୃତ ଚାଷୀ ତ୍ରିଲୋଚନଙ୍କ ଧାନ ନକିଣି ୪୦ ଦିନ ଦହଗଞ୍ଜ କରି ମିଲକୁ ଧାନ ପଠାଇଲେ ସେନେଇ ପ୍ରଶ୍ନ ଉଠିଛି ।

ଆହୁରି ପଢ଼ନ୍ତୁ:ଉପାନ୍ତରେ ଆବାସ ଉପହାସ : ନିର୍ମାଣ କରିସାରିଛି, ହିତାଧିକାରୀଙ୍କୁ ମିଳିନାହିଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe