କନକ ବ୍ୟୁରୋ : ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ । ଜ୍ବାଇଁ ନାଁରେ ଅଭିଯୋଗ ଆସିଛନ୍ତି ଶ୍ବଶୂର ଘର ଲୋକେ । ଝିଅକୁ ନ୍ୟାୟ ଦାବିରେ ପୁରୀ ଜିଲ୍ଲା କଣାସ ବ୍ଲକ ଜଗନ୍ନାଥ ସଡ଼କରେ ସାରାରାତି ରାସ୍ତା ରୋକ କଲେ ମୃତ ମହିଳାଙ୍କ ପରିବାର ଲୋକେ । ଅଭିଯୋଗ ଅନୁସାରେ, ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ିଶା ଗଦା ଥାନା ଆନ୍ତର୍ଗତ ବୋଲରା ଗାଁର କୁନି ରାଉତଙ୍କ ଝିଅ ସୋନାଲି, ସତ୍ୟବାଦୀ ବ୍ଲକର ଶୁକଳ ଗାଁର ସନ୍ଦୀପ ନାୟକଙ୍କୁ ବିବାହ କରିଥିଲେ । ଦୁହେଁ ବିବାହ ପରେ ମଧ୍ୟପ୍ରଦେଶରେ ରହୁଥିଲେ । ତେବେ ୪ ଦିନ ତଳେ ଝିଅର ମୃତ୍ୟୁ ଖବର ପାଇଥିଲେ ପରିବାର ଲୋକେ । ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ ନକରିପାରି ଏହାକୁ ହତ୍ୟା ବୋଲି ସାକ୍ଷୀଗୋପାଳ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । 

Advertisment

ଅଭିଯୋଗ ପରେ ମଧ୍ୟ ପୁଲିସ କୌଣସି ତଦନ୍ତ କରୁନଥିବା ଅଭିଯୋଗ କରିଛନ୍ତି । ତେଣୁ ଝିଅକୁ ନ୍ୟାୟ ଦାବିରେ ରାତିତମାମ ପରିବାର ଲୋକେ କଣାସ ଚନ୍ଦନ ଖୋର୍ଦ୍ଧା ନୂଆ ଜଗନ୍ନାଥ ସଡ଼କ ବରୁଣେଇ ବ୍ରିଜ ନିକଟରେ ଟାୟାର ଜଳାଇ କରିଛନ୍ତି ରାସ୍ତା ରୋକ କରିଛନ୍ତି । ଫଳରେ ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ ଯାନବାହାନ । ଘଟଣା ସ୍ଥଳରେ କଣାସ ଓ ଗଡିସାଗୋଦା ଥାନା ବୁଝା ସୁଝା ପରେ ବି ଜିଦିରେ ଅଟଳ ପରିବାର ଲୋକେ । ଅନ୍ୟପକ୍ଷରେ ଲକ୍ଷ୍ମୀ ପୂଜା ସାଙ୍ଗକୁ କାର୍ତ୍ତିକ ମାସର ପ୍ରଥମ ଦିନରୁ ଲୋକେ ଜଗନ୍ନାଥ ଦର୍ଶନ ପାଇଁ ବଞ୍ଚିତ ହୋଇଛନ୍ତି ।