ବାଂଲାଦେଶରେ ବ୍ୟାପକ ହିଂସା, ଛାତ୍ରନେତା ଓସମାନ ହାଦିଙ୍କୁ ହତ୍ୟା ପରେ ଜଳୁଛି ପଡ଼ୋଶୀ ଦେଶ

Advertisment

ଦୁର୍ବୃତ୍ତଙ୍କ ଗୁଳିରେ ଗୁରୁତର ଆହତ ଛାତ୍ରନେତା ଓସମାନ ହାଦି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।  ଗୁଳିକାଣ୍ଡର  କିଛି ସମୟ ପୂର୍ବରୁ ପୂର୍ବ ଭାରତର କିଛି ଅଂଶକୁ ମିଶାଇ ହାଦି ଫେସବୁକରେ 'ଗ୍ରେଟର ବାଂଲାଦେଶ' ନେଇ ବିବାଦୀୟ ମ୍ୟାପ୍ ପୋଷ୍ଟ କରିଥିଲେ । ତେବେ ଛାତ୍ରନେତାଙ୍କ ମୃତ୍ୟୁ ପରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ ଗଭୀର ଶୋକ ପ୍ରକାଶ କରି ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । 

bangladesh

କନକ ବ୍ୟୁରୋ :  ହିଂସାରେ ଜଳୁଛି ପଡ଼ୋଶୀ ଦେଶ । ଉପଦ୍ରବୀଙ୍କ ଟାର୍ଗେଟରେ ଗଣମାଧ୍ୟମ କାର୍ଯ୍ୟାଳୟ  ଓ ଭାରତୀୟ ଦୂତବାସ । ଛାତ୍ରନେତା ଓସମାନ ହାଦିଙ୍କ ମୃତ୍ୟୁ ପରେ ପୁଣି ଉଠୁଛି ପଡୁଛି ବାଂଲାଦେଶ । ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

 ଓସମାନ ହାଦି । ବଞ୍ଚିଥିବା ସମୟରେ ଯେତିକି ଚର୍ଚ୍ଚାରେ ନଥିଲେ, ମୃତ୍ୟୁ ପରେ ସେତିକି ଖବରରେ  ଅଛନ୍ତି । ବାଂଲାଦେଶକୁ ହୁଲସ୍ତୁଲ କରୁଛନ୍ତି ତାଙ୍କର ହଜାର ହଜାର ସମର୍ଥକ । ମିଡିଆ ଅଫିସକୁ ଜାଳି ଦେଇଛନ୍ତି ତ ଭାରତୀୟ ଦୂତାବାସ ବାହାରେ ଭଙ୍ଗାରୁଜା । ହିଂସାରୁ ବାଦ୍ ପଡ଼ିନାହାନ୍ତି ଆୱାମୀ ଲିଗର ବହୁନେତା । ସେମାନଙ୍କୁ ଆକ୍ରମଣ ସହ ଘର ପୋଡ଼ାଜଳା କରିଛନ୍ତି ଉପଦ୍ରବୀ । ଓସମାନଙ୍କ ସମର୍ଥକଙ୍କ ହିଂସାକାଣ୍ଡରେ ଥରହର ଢାକା ସମେତ ବିଭିନ୍ନ ସହର । ଅଧିକ ସଂଖ୍ୟକ ହିନ୍ଦୁ ରହୁଥିବା ଚଟଗାଁରେ ଘଟିଛି ଅଧିକ ହିଂସା । ସ୍ଥିତିକୁ ଦେଖି ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା କରାଯିବା ସହ ହାଇକମିସନକୁ କଡ଼ା ସୁରକ୍ଷା ଭିତରେ ରଖାଯାଇଛି ।

ଅଧିକ ପଢ଼ନ୍ତୁ : ବାଂଲାଦେଶରେ ଅସୁରକ୍ଷିତ ଭାରତୀୟ ହାଇକମିସନର; ଦୂତାବାସ ବାହାରେ ପ୍ରଦର୍ଶନ, ଢାକାକୁ ଭାରତର ତଲବ

 ଦୁର୍ବୃତ୍ତଙ୍କ ଗୁଳିରେ ଗୁରୁତର ଆହତ ଛାତ୍ରନେତା ଓସମାନ ହାଦି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।  ଗୁଳିକାଣ୍ଡର  କିଛି ସମୟ ପୂର୍ବରୁ ପୂର୍ବ ଭାରତର କିଛି ଅଂଶକୁ ମିଶାଇ ହାଦି ଫେସବୁକରେ 'ଗ୍ରେଟର ବାଂଲାଦେଶ' ନେଇ ବିବାଦୀୟ ମ୍ୟାପ୍ ପୋଷ୍ଟ କରିଥିଲେ । ତେବେ ଛାତ୍ରନେତାଙ୍କ ମୃତ୍ୟୁ ପରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ ଗଭୀର ଶୋକ ପ୍ରକାଶ କରି ଘଟଣାର ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । 

ଅଧିକ ପଢ଼ନ୍ତୁ : ବାଂଲାଦେଶରେ ବଡ଼ ବିକ୍ଷୋଭ; ହସିନାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ବିରୋଧ

ଡିସେମ୍ବର ୧୨ ତାରିଖରେ ଓସମାନଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ୩୨ ବର୍ଷ ବୟସ୍କ ଓସମାନ ହାଦିଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସିଙ୍ଗାପୁରକୁ ସ୍ଥାନାନ୍ତର ପରେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତ୍ୟୁ ହୋଇଛି।  ଏହାପରେ ସ୍ଥିତି ନେଇଛି ଉଗ୍ରରୂପ । ଦେଶରୁ ଶେଖ ହସିନାଙ୍କୁ ତଡ଼ିବାରେ ହାଦିଙ୍କର ବଡ଼ ଭୂମିକା ଥିଲା । ଜୁଲାଇ ମାସରେ ବାଂଲାଦେଶରେ ବଡ଼ଧରଣର ଛାତ୍ର ଆନ୍ଦୋଳନର ମାଷ୍ଟରମାଇଣ୍ଡ ଥିଲେ ଓସମାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe