ମଣ୍ଡି ବ୍ୟବସ୍ଥାକୁ ନେଇ ସବୁଠି ଅସନ୍ତୋଷ, କେଉଁଠି ଟୋକନ ମିଳିନି ତ କେଉଁଠି ମଣ୍ଡି ଖୋଲିଥିଲେ ବି ଧାନ ଉଠୁନି

Advertisment

ଧାନ ବିକିବାକୁ ନେଇ ସବୁଠି ସମସ୍ୟା । ମଣ୍ଡି ଖୋଲିଥିଲେ ବି ଟୋକନ ମିଳିନି । ଫଳରେ ଚାଷୀ ଧାନ ବିକିପାରୁନି । ବିଭିନ୍ନ ସମସ୍ୟାକୁ ନେଇ ଆସନ୍ତାକାଲି ସମ୍ବଲପୁର ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ । ଏହା ପୂର୍ବରୁ ଆଜି ଚାଷୀଙ୍କ ବିଶାଳ ବାଇକ ଶୋଭାଯାତ୍ରା କରିଛନ୍ତି ।

ଧାନ ବିକିବାକୁ ନେଇ ସବୁଠି ସମସ୍ୟା । ମଣ୍ଡି ଖୋଲିଥିଲେ ବି ଟୋକନ ମିଳିନି । ଫଳରେ ଚାଷୀ ଧାନ ବିକିପାରୁନି । ବିଭିନ୍ନ ସମସ୍ୟାକୁ ନେଇ ଆସନ୍ତାକାଲି ସମ୍ବଲପୁର ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ । ଏହା ପୂର୍ବରୁ ଆଜି ଚାଷୀଙ୍କ ବିଶାଳ ବାଇକ ଶୋଭାଯାତ୍ରା କରିଛନ୍ତି ।

farmer

କନକ ବ୍ୟୁରୋ :  ଚାଲିଛି ଧାନର ଅମଳ ଋତୁ । କିନ୍ତୁ ମଣ୍ଡି ଅବ୍ୟବସ୍ଥା ଚାଷୀ ଚିନ୍ତାର କାରଣ ପାଲଟିଛି । ଦକ୍ଷିଣରୁ ପଶ୍ଚିମ ରାଜ୍ୟରେ ସବୁଠି ଚାଷୀଙ୍କୁ ଧାନ ବିକିବା  ପାଇ ହନ୍ତସନ୍ତ ହେବାକୁ ପଡୁଛି । କେଉଁଠି ମଣ୍ଡି ଖୋଲିନି, ତ କେଉଁଠି ଟୋକନ ମିଳିନଥିବା ଅଭିଯୋଗ ଆସିଛି । ନବରଙ୍ଗପୁରରେ ମଣ୍ଡି ଖୋଲିବାର ପ୍ରଥମ ଦିନରୁ ଦେଖାଦେଇଛି ଅବ୍ୟବସ୍ଥା । ମସସ୍ୟାକୁ ନେଇ ସମ୍ବଲପୁରରେ ଆସନ୍ତକାଲି ବନ୍ଦ ଡକାରା ଦେଇଛନ୍ତି ଚାଷୀ ।

ଅଧିକ ପଢ଼ନ୍ତୁ :  କୁଚିଣ୍ଡା ଧାନମଣ୍ଡିରେ ଚାଷୀଙ୍କ ଧାରଣା, ମଣ୍ଡି ଖୋଲିଲାଣି ଆସିନି ଟୋକନ୍‌

ଧାନ ବିକିବାକୁ ନେଇ ସବୁଠି ସମସ୍ୟା । ମଣ୍ଡି ଖୋଲିଥିଲେ ବି ଟୋକନ ମିଳିନି । ଫଳରେ ଚାଷୀ ଧାନ ବିକିପାରୁନି । ବିଭିନ୍ନ ସମସ୍ୟାକୁ ନେଇ ଆସନ୍ତାକାଲି ସମ୍ବଲପୁର ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ । ଏହା ପୂର୍ବରୁ ଆଜି ଚାଷୀଙ୍କ ବିଶାଳ ବାଇକ ଶୋଭାଯାତ୍ରା କରିଛନ୍ତି । ରାଲି କରି ସମ୍ବଲପୁରବାସୀଙ୍କୁ ବନ୍ଦରେ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ଚାଷୀ। ନବରଙ୍ଗପୁରରେ ଧାନ ମଣ୍ଡି ଖୋଲିଥିଲେ ମଧ୍ୟ ଧାନ ବିକ୍ରି ହୋଇପାରୁନି । ଅନେକ ଚାଷୀଙ୍କ ଟୋକନ୍ ଆସିନି । ସେପଟେ ମିଲର୍ସଙ୍କ ସହ ଅନୁବନ୍ଧିତ ହୋଇନଥିବାରୁ ଧାନ କିଣା ଯାଇପାରିନଥିବା ଅଭିଯୋଗ କରିଛନ୍ତି ଚାଷୀ । ରାୟଗଡ଼ାର ଗୁଣପୁର ଓ ପଦ୍ମପୁରରେ ଏଯାଏଁ ମଣ୍ଡି ଖୋଲିନି । ଗଞ୍ଜାମ ଦିଗପହଣ୍ଡିରେ ମଣ୍ଡି ଖୋଲିନି । ଫଳରେ ଆନ୍ଧ୍ର ବେପାରୀ ଏହାର ଫାଇଦା ନେଇ ଅଧାରୁ କମ ଦାମରେ ଧାନ ଉଠାଉଛନ୍ତି । ଧାନ କ୍ଵଇଣ୍ଟାଲ ୩୧୦୦ ଟଙ୍କା ଥିବା ବେଳେ ମାତ୍ର ୧୪୦୦ ଟଙ୍କାରେ ଆନ୍ଧ୍ର ଦଲାଲଙ୍କୁ ବିକ୍ରି କରୁଛନ୍ତି ଚାଷୀ।

 ବର୍ଷ ସାରା ଧାର, କରଜ କରି ଚାଷ କରିଥିବା ଚାଷୀ, ଅମଳ ସମୟରେ ଅସହାୟ ହୋଇପଡୁଛି । ଶେଷରେ ଅନ୍ୟ କିଛି ଉପାୟ ନପାଇ କମ ଦରରେ ଦଲାଲଙ୍କ ହାତକୁ ଟେକିଦେଉଛି ନିଜ ବର୍ଷକର ପରିଶ୍ରମ । ତେବେ ଏହି ସମସ୍ୟାର ସମାଧାନ କେବେ, ତାହାର ଉତ୍ତର କାହା ପାଖରେ ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe