କନକ ବ୍ୟୁରୋ : ରାଜ୍ୟରେ ଜଳଜୀବନ ମିସନରେ ହୋଇଛି ବ୍ୟାପକ ଦୁର୍ନୀତି । ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହାର ତଥ୍ୟ ମିଳୁନି । ବର୍ଷ ବର୍ଷ ଧରି ଗୋଟିଏ ଗୋଟିଏ ପ୍ରକଳ୍ପ ଶେଷ ହେଉନି । ଏଭଳି ଅଭିଯୋଗ ପରେ କେନ୍ଦ୍ର ସରକାର ଏହାର ତଦନ୍ତ କରିବାକୁ ଟିମ୍ ପଠାଉଛନ୍ତି । କ୍ୟାବିନେଟ୍ ସଚିବଙ୍କ ନିର୍ଦ୍ଦେଶକ୍ରମେ ୨୧ ଜଣିଆ ନୋଡାଲ୍ ଅଧିକାରୀ ଟିମ୍ ଖୁବଶୀଘ୍ର ଓଡ଼ିଶା ଆସିବେ । ଟିମରେ କେଉଁ ଅଧିକାରୀମାନେ ରହିବେ ଜଣାଇବାକୁ ଡିଓପିଟିକୁ କୁହାଯାଇଛି । ଏହି ଟିମ୍ ମାସ ଶେଷ ସୁଦ୍ଧା ଓଡ଼ିଶା ଗସ୍ତରେ ଆସିପାରନ୍ତି । ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଚାଲୁଥିବା ପ୍ରକଳ୍ପ, କେନ୍ଦ୍ରୀୟ ଅନୁଦାନର ହିସାବ ଆଦି ଟିମ୍ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି । ସେପଟେ ବିଜେଡି ଅମଳରେ ପାନୀୟଜଳ ପ୍ରକଳ୍ପ ସରି ପାରୁନଥିଲା କିମ୍ବା ପାନୀୟଜଳ ସୁବିଧା ମିଳି ପାରୁନଥିଲା । ଟେଣ୍ଡର ନେଉଥିବା ଲୋକ ବା ସଂସ୍ଥା ମନଇଚ୍ଛା କାମ କରୁଥିଲେ । ବିଜେପି ସରକାର ଆସିବା ପରେ ଏସବୁ ଅନୁଧ୍ୟାନ କରୁଛି । କନକ ନ୍ୟୁଜକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣମନ୍ତ୍ରୀ ରବିନାରାୟଣ ନାୟକ । ରାଜ୍ୟରେ ଜଳଜୀବନ ମିସନ ଦୁର୍ନୀତିର ତଦନ୍ତ କରିବାକୁ ୨୧ ଜଣିଆ ଟିମ୍ ଆସିବା ପୂର୍ବରୁ ମନ୍ତ୍ରୀଙ୍କର ଏହି ବୟାନ ଚର୍ଚ୍ଚା ବଢ଼ାଇଛି ।
ରାଜ୍ୟରେ ଜଳ ଜୀବନ ମିସନରେ ହୋଇଛି ବ୍ୟାପକ ଦୁର୍ନୀତି, ଯାଂଚ କରିବାକୁ ଓଡ଼ିଶା ଆସିବେ ୨୧ ଜଣିଆ ନୋଡାଲ୍ ଅଧିକାରୀ
ଏଭଳି ଅଭିଯୋଗ ପରେ କେନ୍ଦ୍ର ସରକାର ଏହାର ତଦନ୍ତ କରିବାକୁ ଟିମ୍ ପଠାଉଛନ୍ତି । କ୍ୟାବିନେଟ୍ ସଚିବଙ୍କ ନିର୍ଦ୍ଦେଶକ୍ରମେ ୨୧ ଜଣିଆ ନୋଡାଲ୍ ଅଧିକାରୀ ଟିମ୍ ଖୁବଶୀଘ୍ର ଓଡ଼ିଶା ଆସିବେ । ଟିମରେ କେଉଁ ଅଧିକାରୀମାନେ ରହିବେ ଜଣାଇବାକୁ ଡିଓପିଟିକୁ କୁହାଯାଇଛି ।
/kanak/media/media_files/2025/05/23/SP9tKuqFlo6sUu32Qz2r.jpg)