କାହିଁକି ୨ ଦଶନ୍ଧି ପରେ ଟିଭି ପରଦାକୁ ଫେରିବ ‘Kyunki Saas Bhi Kabhi Bahu Thi ’ ? କାରଣ କହିଲେ ନିର୍ମାତା ଏକତା କପୁର

Advertisment

ସମସ୍ତେ ଜାଣିଛନ୍ତି ‘କ୍ୟୁଁକି ଶାସ୍ ଭି କଭି ବହୁ ଥି’ ସିରିଏଲ ୨୫ବର୍ଷ ପରେ ପୁଣି ଫେରୁଛି । କିନ୍ତୁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କାହିଁକି । ଯାହାର ଉତ୍ତର ରଖିଛନ୍ତି ନିର୍ମାତା ଏକତା କପୁର । ସମାଜରେ ବଡ଼ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହାକୁ ପୁଣି ଥରେ ଆରମ୍ଭ କରୁଛନ୍ତି ଏକତା ।

ସମସ୍ତେ ଜାଣିଛନ୍ତି ‘କ୍ୟୁଁକି ଶାସ୍ ଭି କଭି ବହୁ ଥି’ ସିରିଏଲ ୨୫ବର୍ଷ ପରେ ପୁଣି ଫେରୁଛି । କିନ୍ତୁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କାହିଁକି । ଯାହାର ଉତ୍ତର ରଖିଛନ୍ତି ନିର୍ମାତା ଏକତା କପୁର । ସମାଜରେ ବଡ଼ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହାକୁ ପୁଣି ଥରେ ଆରମ୍ଭ କରୁଛନ୍ତି ଏକତା ।

48

କନକ ବ୍ୟୁରୋ: ୨ ଦଶନ୍ଧିରୁ ଅଧିକ ସମୟ ପରେ ଛୋଟ ପରଦାକୁ ଫେରୁଛି ବେଶ ପ୍ରସିଦ୍ଧ ଟିଭି ଧାରାବାହିକ ‘କ୍ୟୁଁକି ଶାସ୍ ଭି କଭି ବହୂ ଥି’ । କାହିଁକି ପୁଣି ପରଦାକୁ ଫେରୁଛି ଏହି ଧାରାବାହିକ । କାରଣ କହିଲେ ନିର୍ମାତା ଏକତା କପୁର ।

ସମସ୍ତେ ଜାଣିଛନ୍ତି ‘କ୍ୟୁଁକି ଶାସ୍ ଭି କଭି ବହୂ ଥି’ ସିରିଏଲ ୨୫ବର୍ଷ ପରେ ପୁଣି ଫେରୁଛି । କିନ୍ତୁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କାହିଁକି । ଯାହାର ଉତ୍ତର ରଖିଛନ୍ତି ନିର୍ମାତା ଏକତା କପୁର । ସମାଜରେ ବଡ଼ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହାକୁ ପୁଣି ଥରେ ଆରମ୍ଭ କରୁଛନ୍ତି ଏକତା । ଲଢ଼େଇ ଜିତିବା ପାଇଁ ନୁହେଁ ପ୍ରଭାବ ଛାଡ଼ି ଯିବା ପାଇଁ ଏହି ଡେଲି ଶୋ’ ଆରମ୍ଭ କରିଥିବା କହିଛନ୍ତି ।  

୨୦୦୦ରୁ ୨୦୦୮ ପର୍ଯ୍ୟନ୍ତ ଟେଲିଭିଜନ ଲୋକପ୍ରିୟ ସିରିଏଲର ଆଖ୍ୟା ପାଇଥିଲା ‘ କ୍ୟୁଁକି ଶାସ୍ ଭି କଭି ବହୂ ଥି ’ । ଏହାକୁ ଘରେ ଘରେ ବେଶ ପସନ୍ଦ କରାଯାଇଥିଲା । ଏହି ଧାରାବାହିକକୁ ଦର୍ଶକ ନିଜ ପରିବାର ସହ ଏକାଠି ବସି ଉପଭୋଗ କରୁଥିଲେ । ଏବେ ୨୫ବର୍ଷ ପରେ ପୁଣି ଥରେ ଏହି ସିରିଏଲ ଆରମ୍ଭ ହେବାକୁ ଯାଉଛି । ତେବେ କାହିଁକି ଏହାକୁ ପୁଣି ଥରେ ଆରମ୍ଭ କରିବାକୁ ଚିନ୍ତା କଲେ ଏକତା କପୁର । ଏନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି, ଯେତେବେଳେ ‘ କ୍ୟୁଁକି ଶାସ୍ ଭି କଭି ବହୂ ଥି ’କୁ ୨୫ବର୍ଷ ପୂରଣ ହେଉଥିଲା ଓ ଏହା ପୁଣି ଫେରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା, ସେତେବେଳେ ମୋର ପ୍ରଥମ ଉତ୍ତର ଥିଲା, ନା ମୁଁ ସେହି ପୁରୁଣା ସ୍ମୃତିକୁ କାହିଁକି ଛାଡ଼ିବି? ତାହା ସବୁବେଳେ ଊର୍ଦ୍ଧ୍ବରେ ରହିବ । ମୁଁ ମୋ ପିଲାଦିନକୁ ଯେପରି ମନେ ପକାଏ ଓ ପ୍ରକୃତରେ ମୋ ପିଲାଦିନ ଯେମିତି ବିତିଥିଲା ସେଥିରେ ପାର୍ଥକ୍ୟ ରହିଛି । ଟିଭିର ପରିଭାଷା ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି । ପୂର୍ବରୁ କେବଳ ୯ଟି ସହରର ଆମ ଦର୍ଶକଙ୍କ ସଂଖ୍ୟା ଭାଗ ହୋଇ ରହିଥିଲେ । ଏବେ କିନ୍ତୁ ଏହାର ପରିସୀମା ବଢ଼ିଛି । ଦର୍ଶକ ବିଭିନ୍ନ ପ୍ଲାଟ୍‌ଫର୍ମରେ ଭାଗ ହୋଇଯାଇଛନ୍ତି । ‘ କ୍ୟୁଁକି ଶାସ୍ ଭି କଭି ବହୂ ଥି ’ କ’ଣ ସେହି ଲୋକପ୍ରିୟତାର ଧାରାକୁ ବଜାୟ ରଖିପାରିବ କି? ଏକ ଐତିହାସିକ ଟିଆର୍‌ପି ଯାହା ଆଉ କେବେ କୌଣସି ସିରିଏଲ୍‌ ହାସଲ କରିନାହିଁ ।

‘ କ୍ୟୁଁକି ଶାସ୍ ଭି କଭି ବହୂ ଥି ’ ସିଜିନ୍ ଟୁରେ ମୋଟ ୧୫୦ ଏପିସୋଡ୍ ପ୍ରଦର୍ଶିତ ହେବ ବୋଲି କୁହାଯାଉଛି । କାରଣ ଯେତେବେଳେ ୨୦୦୮ରେ ଏହି ସିରିଏଲ ଶେଷ ହୋଇଥିଲା ସେତେବେଳେ ୨ହଜାର -ଏପିସୋଡ୍ ମାଇଲଖୁଣ୍ଟ ଛୁଇଁବା ପାଇଁ ମାତ୍ର ୧୫୦ ଏପିସୋଡ୍ ପଛରେ ପଡ଼ିଯାଇଥିଲା । ଯାହାକୁ ଏବେ ନୂତନ ସିଜିନ୍ ସହିତ ସମାପ୍ତ କରିବାକୁ ଚାହୁଁଛନ୍ତି ଏକତା କପୁର । 
୨୫ ବର୍ଷ ତଳର ଏହି ସିରିଏଲ ଘରେ ଘରେ ଲୋକପ୍ରିୟ ଥିଲା । ଏହାର ଦୁଇ ମୁଖ୍ୟ ଚରିତ୍ର ତୁଲସି ଓ ମିହିରଙ୍କୁ ଏହି ସିରିଏଲରୁ ହିଁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ । କେବେଳ ଏତିକି ନୁହେଁ ଏକ ଗବେଷଣାରୁ ଜଣାପଡ଼ିଥିଲା ଯେ, ଭାରତୀୟ ମହିଳାଙ୍କ ପାଇଁ ଏକ ସ୍ବର ପାଲଟିଥିଲା ଏକତାଙ୍କ ଏହି ଧାରାବାହିକ ।

୨୫ବର୍ଷ ତଳର ଟିଭି ଦର୍ଶକ ଓ ଏବେର ଦର୍ଶକଙ୍କ ମଧ୍ୟରେ ବେଶ ଫରକ ରହିଛି । ଆଗେ ସୀମିତ ମନୋରଞ୍ଜନର ମାଧ୍ୟମରେ ଟିଭି ଆଗରେ ଥିଲା। ଏବେ କିନ୍ତୁ ମନୋରଞ୍ଜନର ମାଧ୍ୟମ ବଦଳିଛି । ପୂର୍ବରୁ ଟଇଆର୍‌ପି କ୍ୟୁଁକି ଯେଉଁ ରେକର୍ଡ ହାସଲ କରିଥିଲା ତାହାକୁ କେହି ଭାଙ୍ଗି ପାରିନାହାନ୍ତି । 

ଏକ ଅନ୍ତର୍ଜାତୀୟ ସଂସ୍ଥା ଦ୍ବାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଥିଲା ଯେ ଭାରତୀୟ ମହିଳାଙ୍କୁ ଏକ ସ୍ବର ଦେଇଥିଲା ଏହି ସୋ’। ୨୦୦୦ରୁ ୨୦୦୮ ମଧ୍ୟରେ ପରିବାରର ସବୁ ଆଲୋଚନାରେ ଭାଗ ନେବାକୁ ଲାଗିଲେ ମହିଳାମାନେ । ‘କ୍ୟୁଁକି ଶାଶ୍‌ ଭି କଭି ବୋହୂ ଥି’ ପରି ସିରିଏଲ ଯୋଗୁଁ ଏହା ସମ୍ଭବ ହୋଇପାରିଥିଲା । ‘କ୍ୟୁଁକି ଶାସ୍ ଭି କଭି ବହୂ ଥି ’ ପୂରା ଭାରତର କାହାଣୀକୁ ବିଶ୍ବ ମଞ୍ଚରେ ପହଞ୍ଚାଇଥିଲା । ଏହା କେବଳ ଏକ ସୋ’ ନଥିଲା। ଏହା ଘରୋଇ ନିର୍ୟାତନା, ବୈବାହିକ ଦୁଷ୍କର୍ମ ଓ ଇଚ୍ଛାମୃତ୍ୟୁ ପ୍ରସଙ୍ଗକୁ ଖାଇବା ଟେବୁଲର ଏକ ଆଲୋଚନା ପ୍ରସଙ୍ଗ ଭାବେ ସାମ୍ନାକୁ ଆଣିଥିଲା । ମୋ ସହକର୍ମୀଙ୍କ ସହ ଆଲୋଚନା ବେଳେ ମୁଁ ହୃଦୟଙ୍ଗମ କଲି ଯେ ହଠାତ୍ ଏହି ଧାରାବାହିକକୁ ଶେଷ କରିଦେବା ଫଳରେ ଏକ ଅସମ୍ପୂର୍ଣ୍ଣ ରହିଗଲା । 

ଟିଭିର ପୁରୁଣା ଦିନ ଫେରିପାରିବ କି ନେଇ ସେ ନେଇ ମଧ୍ୟ ଏକତା ନିଜ ଟିମ୍‌ ସହ ଆଲୋଚନା କରିଥିଲେ । ତେବେ ଏସବୁ ସମାଜରେ କିଛି ପରିବର୍ତ୍ତନ ଆଶାରେ ଏହି ସିରିଏଲ ପୁଣି ଆରମ୍ଭ କରିଥିବା କହିଛନ୍ତି ଏକତା । 

- ଟିଭିର ପୁରୁଣା ଦିନକୁ ଫେରାଇଆଣିବା ସମ୍ଭବ କି?
- ଟିଆର୍‌ପି ଦୌଡ଼ରୁ ବାହାରି ପ୍ରଭାବଶାଳୀ କାହାଣୀ ନିର୍ମାଣ କରିବା ସମ୍ଭବ କି?
- କୋଟିକୋଟି ଦର୍ଶକଙ୍କ ପାଖରେ ପହଞ୍ଚି ତାଙ୍କ ଚିନ୍ତାଧାରାକୁ ବଦଳାଇବା ସମ୍ଭବ ହେବ କି?
- ଯତ୍ନ ନେବା ଓ ନିୟନ୍ତ୍ରଣ କରିବାକୁ ନେଇ ସନ୍ତୁଳନ କରାଯାଇପାରିବ କି?
- ଛୁଆର ଲାଳନପାଳନ କଥା ଚିନ୍ତା କରିବା ନେଇ ଆଲୋଚନା କରିପାରିବା କି?
- ଯେଉଁ ପ୍ରସଙ୍ଗରେ ଆଲୋଚନା କରିବାକୁ ସମାଜ ଆଗଭର ନୁହେଁ ସେ ନେଇ କଥାବାର୍ତ୍ତା କରିପାରିବା କି?

ଟିଭି ପରଦା ମାଧ୍ୟମରେ ଆମେ ସେପରି କାହାଣୀ ନିର୍ମାଣ କରିବା କି ଯାହା ଦ୍ବାରା ସମାଜରେ ପରିବର୍ତ୍ତନ ଆସିବ। ଏହା ସମ୍ଭବ ହୋଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ଏକତା କପୁର । ଲୋକେ ଏପରି ମନୋରଞ୍ଜନ ପାଇପାରିବେ ଯାହାଦ୍ବାରା ତାଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିବା ସହ ସେମାନେ ଏହାକୁ ଉପଭୋଗ କରିବେ । 

- ଏପରି ଏକ ସୋ’ ନିର୍ମାଣ କରିବା, ଯାହାକୁ ନେଇ ଚର୍ଚ୍ଚା ହେବ
- ଏପରି ଏକ ସୋ’ ନିର୍ମାଣ କରିବା, ଯାହା ଦର୍ଶକଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବ, ଲୋକଙ୍କୁ ଆନ୍ଦୋଳିତ କରିବ
- ୨୫ ବର୍ଷ ପରେ ସୀମିତ ସମୟ ପାଇଁ ଫେରୁଛି ‘କ୍ୟୁଁକି’
- ଲୋକଙ୍କ ଭିତରେ ଏକ ପରିବର୍ତ୍ତନ ଆଣିବା ପାଇଁ
- ମନୋରଞ୍ଜନ କରିବା ପାଇଁ ଫେରୁଛି ‘କ୍ୟୁଁକି’
- ସବୁଠୁ ଗୁରୁତ୍ବପୂର୍ଣ୍ଣ, ଲୋକଙ୍କ ମଧ୍ୟରେ ଏକ ପ୍ରଭାବ ଛାଡ଼ିଯିବା ପାଇଁ ଫେରୁଛି ‘କ୍ୟୁଁକି’
- ଭାବନା, ଉତ୍ସାହ ଓ ଅନେକ କାହାଣୀ ସହ ଆମେ ଫେରୁଛୁ 
- ପରିବର୍ତ୍ତନର ଆଶା ସଞ୍ଚାର କରିବା ଓ ଅନ୍ୟଙ୍କୁ ସ୍ବର ଦେବା ପାଇଁ ଆମେ ଫେରୁଛୁ
- ଆମ ଇତିହାସକୁ କାଏମ୍ ରଖିବା ପାଇଁ ଆମେ ଫେରୁଛୁ

ଦୀର୍ଘ ୨୫ବର୍ଷ ପରେ ସୀମିତ ସମୟ ପାଇଁ ଫେରୁଛି କ୍ୟୁଁକି । ତେବେ ଏଥିରେ ସମାଜ ପାଇଁ କିଛି ବାର୍ତ୍ତା ଦେବା ସହ ଏହା କିପରି ସମାଜ ଗଠନରେ ପ୍ରଭାବି ସାବ୍ୟସ୍ତ ହେବ ସେ ଆଶା ନେଇ ଏହାକୁ ଆରମ୍ଭ କରିଛନ୍ତି ଏକତା କପୁର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe