କନକ ବ୍ୟୁରୋ : ରାଜ୍ୟସଭା ଅଧ୍ୟକ୍ଷ ବିରୋଧୀ ଦଳଗୁଡ଼ିକର ସାଂସଦମାନଙ୍କୁ ଅପମାନିତ କରୁଛନ୍ତି । ସେ ଜଣେ ପ୍ରଧାନଶିକ୍ଷକ ଭଳି ସାଂସଦମାନଙ୍କୁ ପାଠ ପଢ଼େଇବାକୁ ଚେଷ୍ଟା କରୁଛନ୍ତି । ସେ ସରକାରଙ୍କ ମୁଖ୍ୟପାତ୍ର ଭଳି କାମ କରୁଛନ୍ତି । ସେ ହେଉଛନ୍ତି ସରକାରଙ୍କର ସବୁଠୁ ବଡ଼ ମୁଖପାତ୍ର। ରାଜ୍ୟସଭା ଚାଲି ନପାରିବାର ପ୍ରମୁଖ କାରଣ ନିଜେ ରାଜ୍ୟସଭା ଅଧ୍ୟକ୍ଷ।’ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି କଥା କହିଛନ୍ତି। ସେ କହିଛନ୍ତି, ଆମେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛୁ। ଆମେ ଏକ ନୋଟିସ୍ ଦେଇ ସାରିଛୁ । ରାଜ୍ୟସଭା ଅଧ୍ୟକ୍ଷ ଆମ ପାଇଁ ଅନ୍ୟ କୌଣସି ବିକଳ୍ପ ରଖି ନଥିଲେ। ତିନି ବର୍ଷ ହେଲାଣି ନା ଆମକୁ ସେ ସମୟ ଦେଉଛନ୍ତି ନା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରେ ପ୍ରଶ୍ନ କରିବାକୁ ସୁଯୋଗ ଦେଉଛନ୍ତି। ଆମେ ରାଜ୍ୟସଭା ଅଧ୍ୟକ୍ଷଙ୍କଠାରୁ ସୁରକ୍ଷା ଆଶା କରୁ। କିନ୍ତୁ ସେ କେବଳ ଶାସକ ଦଳର ସାଂସଦମାନଙ୍କୁ କହିବାକୁ ସୁଯୋଗ ଦିଅନ୍ତି। ଯେତେବେଳେ ରାଜ୍ୟସଭା ଅଧ୍ୟକ୍ଷ ନିଜେ ସରକାରଙ୍କୁ ବଞ୍ଚାଇବାକୁ ବାହାରୁଛନ୍ତି, ସେତେବେଳେ କିଏ ବିରୋଧୀଙ୍କ କଥା ଶୁଣିବ।
କାହିଁକି ଅଣାଗଲା ରାଜ୍ୟସଭା ଅଧ୍ୟକ୍ଷଙ୍କ ନାମରେ ଅବିଶ୍ୱାସ ପ୍ରସ୍ତାବ । କାରଣ କହିଲେ ମଲ୍ଲିକାର୍ଜୁନ ଖଡଗେ
ସେ ସରକାରଙ୍କ ମୁଖ୍ୟପାତ୍ର ଭଳି କାମ କରୁଛନ୍ତି । ସେ ହେଉଛନ୍ତି ସରକାରଙ୍କର ସବୁଠୁ ବଡ଼ ମୁଖପାତ୍ର। ରାଜ୍ୟସଭା ଚାଲି ନପାରିବାର ପ୍ରମୁଖ କାରଣ ନିଜେ ରାଜ୍ୟସଭା ଅଧ୍ୟକ୍ଷ।’ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି କଥା କହିଛନ୍ତି ।
/kanak/media/media_files/2024/12/11/fxINi03oSHqedwyc8q08.jpg)