କନକ ବ୍ୟୁରୋ: ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ନିନ୍ଦା କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଏହାସହ ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ମାରିବା ଘଟଣାରେ ସେ ପ୍ରିତିକ୍ରିୟା ଦେଇଛନ୍ତି । ଆଉ ଆକ୍ରମଣର କାରଣ ମଧ୍ୟ କହିଛନ୍ତି । ଜଗା ପ୍ରଧାନ ପ୍ରତିକ୍ରିୟାରେ କହିଛନ୍ତି, 34 ନମ୍ୱର ଓ୍ବାର୍ଡର ଏସଏଚଜି ମହିଳାଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିଆଯାଉଛି । ଏହି କଥାକୁ ନେଇ ସେହି ଓ୍ୱାର୍ଡର କର୍ପୋରେଟର ସ୍ୱଚ୍ଛ ସାଥୀଙ୍କୁ ତାଗିଦ କରିଥିଲେ । କଣ ପାଇଁ ସରକାରୀ କାର୍ଯ୍ୟକ୍ରମରେ ଆମ ଲୋକଙ୍କୁ ନେଉଛ ବୋଲି କହିଥିଲେ । ଆମେ ବିଜେଡି କର୍ପୋରେଟର ଅଛୁ, ବିଜେପି କାର୍ଯ୍ୟକ୍ରମରେ ଏସଏଚଜି ମହିଳା ଯିବେନି ବୋଲି କର୍ପୋରେଟର କହିଥିଲେ । ଏକଥା କୁ ବିଏମସିରେ ମେୟରଙ୍କୁ ମଧ୍ୟ କହିଛନ୍ତି ସେହି କର୍ପୋରେଟର । ମେୟର ଏହାର ତଦାରଖ ଦାୟିତ୍ୱ ଅତିରିକ୍ତ କମିସନରଙ୍କୁ ଦେଇଛନ୍ତି । ଆଉ ଅତିରିକ୍ତ କମିସନର ତଦାରଖ କରି ରିପୋର୍ଟ ଦେବା ବଦଳରେ ସ୍ବଚ୍ଛ ସାଥୀ ମହିଳାଙ୍କୁ ଡାକି ଦୁର୍ବ୍ୟବହାର କରିଥିଲେ । 

Advertisment

ଜଗା ପ୍ରଧାନ ଆହୁରି କହିଥିଲେ କି, ଅତିରିକ୍ତ କମିସନର ମହିଳାଙ୍କୁ କହିଥିଲେ କର୍ପୋରେଟରଙ୍କ ସ୍ୱାମୀଙ୍କ ସହ ତୁରନ୍ତ କମ୍ପ୍ରମାଇଜ କର । ତମକୁ କୌଣସି ଶକ୍ତି ରୋକିପାରିବେନି । ତମେ ଏଠୁ ବିଦା ହେବ । ଏନେଇ ସ୍ବଚ୍ଛସାଥୀ ଲିଖିତ ଅଭିଯୋଗ ବି କରିଥିଲେ । ମହିଳାଙ୍କୁ କହିଥିଲେ ତମେ ନିଚ ଜାତିର ଲୋକ, ବସ୍ତିରରେ ରହୁଛ । ଏନେଇ ମୁଁ ଅତିରିକ୍ତ କମିସନରଙ୍କୁ ଫୋନ କରିଥିଲି । ଏ ବିଷୟରେ ତାଙ୍କୁ ମୁଁ କହିଲା ପରେ ସେ ମୋତେ ଖରାପ ବ୍ୟବହାର କରି କହିଲେ, ଆରେ ତୁମେ କିଏ ?