କନକବ୍ୟୁରୋ : କାହିଁକି କରାଯାଇଥିଲା ବାବା ସିଦ୍ଧିକିଙ୍କୁ ହତ୍ୟା । କାରଣ କହିଲା ମୁଖ୍ୟ ସୁଟର। ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ମୁଖ୍ୟ ସୁଟର ଶିବକୁମାର ଗୌତମ ପୋଲିସକୁ ଦେଇଥିବା ନିଜ ବୟାନରେ ହତ୍ୟାର କାରଣ କହିଛି । କୁଖ୍ୟାତ ଆତଙ୍କବାଦୀ ଦାଉଦ ଇବ୍ରାହିମ୍ ସହ ବନ୍ଧୁତା ଓ ୧୯୯୩ ମୁମ୍ବାଇ ବିସ୍ଫୋରଣ ବିଷୟରେ ଜାଣିଥିବା ଅଭିଯୋଗ କରି ବାବା ସିଦ୍ଦିକିଙ୍କୁ ହତ୍ୟା କରିବାକୁ ବିଷ୍ଣୋଇ ଗ୍ୟାଙ୍ଗ ତାକୁ ସୁପାରୀ ଦେଇଥିବା କହିଛି ଶିବକୁମାର ଗୌତମ ।
ଜେରାବେଳେ ନିଜ ଦୋଷ ସ୍ବିକାର କରି ଏଭଳି ବୟାନ ଦେଇଛି ମୁଖ୍ୟ ସୁଟର । ହତ୍ୟାକାଣ୍ଡକୁ ନେଇ ଦାୟର ପୋଲିସ ଚାର୍ଜସିଟ୍ରେ ସୁଟର ଗୌତମର ବୟାନରେ ଏ ସବୁ ତଥ୍ୟ ରହିଛି। ଗତ ବର୍ଷ ଅକ୍ଟୋବର ୧୨ ତାରିଖରେ ଜିସାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିଥିଲେ ୩ ସୁଟର । ତେବେ ହତ୍ୟାକାଣ୍ଡ ପାଇଁ ୧୫ ଲକ୍ଷ ଟଙ୍କାର ସୁପାରୀ ଦିଆଯାଇଥିବା ଗୌତମର ସ୍ବିକାରୋକ୍ତିରେ ଉଲ୍ଲେଖ କରାଯାଇଛି ।
ବାବା ସିଦ୍ଦିକିଙ୍କୁ ହତ୍ୟା
୧୫ ଲକ୍ଷର ସୁପାରୀ!
ଖୋଲୁଛି ବାବା ସିଦ୍ଦିକିଙ୍କୁ ହତ୍ୟା ଗୁମର
ସାମ୍ନାକୁ ଆସିଲା ମୁଖ୍ୟ ସୁଟର ଶିବକୁମାର ଗୌତମଙ୍କ ସ୍ବିକାରୋକ୍ତି
ସିଦ୍ଦିକିଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଥିଲା ବିଷ୍ଣୋଇ ଗ୍ୟାଙ୍ଗ
କୁଖ୍ୟାତ ଅପରାଧୀ ଅନମୋଲ ବିଷ୍ଣୋଇ ଦେଇଥିଲା ସୁପାରୀ
ବାବା ସିଦ୍ଦିକି କି ପୁଅ ଜିସାନ ସିଦ୍ଦିକିଙ୍କ ଭିତରୁ ଜଣଙ୍କୁ ମାରିବାକୁ ନିର୍ଦ୍ଦେଶ
ହତ୍ୟାକାଣ୍ଡ ସଫଳହେଲେ ୧୫ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି
ପୁଣେରେ କବାଡ଼ି କାମ କରୁଥିଲା ଶିବକୁମାର ଗୌତମ
ସିଦ୍ଦିକି ହତ୍ୟାକାଣ୍ଡର ଅନ୍ୟ ଅଭିଯୁକ୍ତ ହରିଶ କଶ୍ୟପକୁ ସାମଗ୍ରି ବିକୁଥିଲା
ହରିଶ କଶ୍ୟପ ବିଷ୍ଣୋଇ ଗ୍ୟାଙ୍ଗ ପାଇଁ କାମ କରୁଥିବା କହିଛି ଶିବକୁମାର
ହରିଶ ଓ ଅନ୍ୟ ଜଣେ ସହଯୋଗୀ ସହ ମିଶି ବାବା ସିଦ୍ଦିକିଙ୍କୁ କରିଥିଲା ହତ୍ୟା