ଦିଲ୍ଲୀ ପ୍ରଦୂଷଣକୁ ନେଇ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍ ; ଜିଆରଏପି ଲାଗୁ କରିବାକୁ ବିଳମ୍ବ କାହିଁକି ?

ଦିଲ୍ଲୀରେ ପ୍ରଦୂଷଣର ଆସ୍ଥରଣ ବଢିବାରେ ଲାଗିଛି , ବାୟୁ ପାଲଟି ଗଲାଣି ବିଷ। । ଏହି ମାମଲାରେ ଜିଆରଏପି ଲାଗୁ କରିବାରେ କାହିଁକି ବିଳମ୍ବ ହୋଇଛି ବୋଲି ଦିଲ୍ଲୀ ସରକାରଙ୍କୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ ।

delhi

କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଦୂଷଣର ଆସ୍ଥରଣ ବଢିବାରେ ଲାଗିଛି , ବାୟୁ ପାଲଟି ଗଲାଣି ବିଷ । ଏହି ମାମଲାରେ ଜିଆରଏପି ଲାଗୁ କରିବାରେ କାହିଁକି ବିଳମ୍ବ ହୋଇଛି ବୋଲି ଦିଲ୍ଲୀ ସରକାରଙ୍କୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି ଅଧିକାଂଶ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ରୁ ଅଧିକ ରହିଛି , ଜିଆରଏପି ଲାଗୁ କରିବାକୁ କାହିଁକି ୩ ଦିନ ଲାଗିଲା । 

ଲଗାତର ସପ୍ତାହ ଧରି ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଉପରେ ରହି ଆସିଲାଣି । ଗତକାଲି ସନ୍ଧ୍ୟା ୭ଟାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୫୭ ଛୁଇଁଥିଲା । ଏହାପରେ ଜିଆରଏପି ସବ୍ କମିଟିର ଜରୁରୀ ବୈଠକ ବସିଥିଲା। ଏହାର ମୁକାବିଲା ପାଇଁ ଜିଆରଏପି-୪ କଟକଣା ନେଇ ନିଷ୍ପତ୍ତି ହୋଇଥିଲା । ଏହାପୂର୍ବରୁ ଅକ୍ଟୋବର ୧୪ ତାରିଖରେ ଜିଆରଏପି-୧, ଅକ୍ଟୋବର ୨୧ରେ ଜିଆରଏପି-୨ ଏବଂ ନଭେମ୍ବର ୧୪ ତାରିଖରେ ଜିଆରଏପି-୩ ଲାଗୁ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe